ଆଇଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ନିକୁଞ୍ଜ ବିହାରୀ ଧଳଙ୍କୁ ମିଳିଲା ଅତିରିକ୍ତ ଓ ଗ୍ରୀଡ୍‌କୋ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର (କେନ୍ୟୁଜ): ବରିଷ୍ଠ ଆଇଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ବିଭାଗରେ ପ୍ରମୁଖ ସଚିବ ଥିବା ଅରବିନ୍ଦ କୁମାର ପାଢ଼ୀଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଶୁଭା ଶର୍ମା ହୋଇଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ।

ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଥିବା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ସଚିବ ହୋଇଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନର ନୂଆ ନିର୍ଦ୍ଦେଶିକା ହୋଇଛନ୍ତି ବୃନ୍ଦା. ଡି। ପଞ୍ଚାୟତିରାଜ ସଚିବ ହୋଇଛନ୍ତି ଗୁହାପୁନମ ତାପସ କୁମାର। ଶକ୍ତି ବିଭାଗର ପ୍ରମୁଖ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ ସେ ଗ୍ରୀଡ୍‌କୋ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.