ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ, ୨୫ପଏଣ୍ଟ ରେ ଲାଗିଛି ନିଆଁ

ଆଜି ବି ହୁତୁ ହୁତୁ ହୋଇ ଜଳୁଛି ଏସିଆ ର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳ । ଆଜି ଶିମିଳିପାଳର ରେଞ୍ଜରେ ୨୫ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳ ରେ ୧୯ ଟି ପଏଣ୍ଟ ଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୬ ପଏଣ୍ଟ ରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ଠାକୁରମୁଣ୍ଡା, କେନ୍ଦୁମୁଣ୍ଡି,ଗୁଡ଼ଗୁଡ଼ିଆ, ଚହଲା ପ୍ରଭୁତି ରେଞ୍ଜ ରେ ନିଆଁ ଲାଗିଛି। ଶିମିଳିପାଳରେ ଏବର୍ଷ ସେ ଭଳି ବର୍ଷା ନାହଁ ।

କରଞ୍ଜିଆ (କେନ୍ୟୁଜ ) :  ଆଜି ବି ହୁତୁ ହୁତୁ ହୋଇ ଜଳୁଛି ଏସିଆ ର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳ । ଆଜି ଶିମିଳିପାଳର ରେଞ୍ଜରେ ୨୫ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳ ରେ ୧୯ ଟି ପଏଣ୍ଟ ଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୬ ପଏଣ୍ଟ ରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ଠାକୁରମୁଣ୍ଡା, କେନ୍ଦୁମୁଣ୍ଡି,ଗୁଡ଼ଗୁଡ଼ିଆ, ଚହଲା ପ୍ରଭୁତି ରେଞ୍ଜ ରେ ନିଆଁ ଲାଗିଛି। ଶିମିଳିପାଳରେ ଏବର୍ଷ ସେ ଭଳି ବର୍ଷା ନାହଁ । ଦିନ ରାତି ଏକ କରି ନିଆଁ ଲିଭାଉଛନ୍ତି ବନ ବିଭାଗ କର୍ମଚାରୀ ।

ବନ ବିଭାଗ କର୍ମଚାରୀ ଗୋଟିଏ ସ୍ଥାନରେ ନିଆଁ ଲିଭେଇ ଆସିଲା ପରେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗୁଛି । ଦିନ ବେଳେ ନିଆଁ ଲାଗିବା ସଂଖ୍ୟା ବୃଦ୍ଧି ପାଉଛି । ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଯୋଗୁଁ ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକ ଧୂଆଁମୟ ହୋଇଯାଇଛି ।

ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବିପଦରେ ବନ୍ୟଜନ୍ତୁ । ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡି ଯାଉଛି । ନିଆଁ ଲିଭାଇବା ପାଇଁ ବନବିଭାଗର କର୍ମଚାରୀମାନେ ନିୟୋଜିତ ଥିଲେ ବି ନିଆଁ କୁ ଆୟତ୍ତ କରାଯାଇପାରି ନାହିଁ । ଶିମିଳିପାଳରେ ନିଆଁ ଲାଗିବା ମନୁଷ୍ୟକୃତ । ଗତ ଫେବୃଆରୀ ମାସରେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.