ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା: ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ହୋଇଛି । ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର AI-171 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେମାନଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡିଆନ ନାଗରିକ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ଥିଲେ । ତେବେ ଏହି ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।
I am deeply saddened by the tragic incident involving the Air India Ahmedabad–London flight. My thoughts and prayers are with all the passengers, crew members, and their families during this difficult time. I earnestly pray to Lord Shri Jagannath for the safety and swift recovery…
— Mohan Charan Majhi (@MohanMOdisha) June 12, 2025
ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଏୟାର ଇଣ୍ଡିଆର ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ନେଇ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ସମସ୍ତ ଯାତ୍ରୀ, କ୍ରୁ ସଦସ୍ୟ ଏବଂ ସେମାନଙ୍କର ପରିବାର ପାଇଁ ପ୍ରାର୍ଥନା କରୁଛି । ଭଗବାନ ଜଗନ୍ନାଥ ସମସ୍ତ ଆହତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ । ଏଭଳି ଏକ ଖରାପ ସମୟରେ ଗୁଜରାଟର ଲୋକଙ୍କ ସହିତ ଓଡ଼ିଶା ଛିଡ଼ା ହୋଇଛି ।
ଆହୁରି ପଢ଼ନ୍ତୁ : ଗୁଜରାଟରେ ବଡ଼ଧରଣର ବିମାନ ଦୁର୍ଘଟଣା, ଜାରି ରହିଛି ଅପଡେଟ…