ଭୁବନେଶ୍ବର: କାର ଧକ୍କାରେ ଉଡ଼ିଗଲା ଟ୍ରାଫିକ ପୋଷ୍ଟ । ଭୁବନେଶ୍ବର ଡମଣା ଟ୍ରାଫିକ ପୋଷ୍ଟରେ ପିଟିହେଲା କାର୍ । ଗତକାଲି ରାତି ପ୍ରାୟ ୧୧ଟାରେ ଗାଡକଣ ପଟୁ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଟ୍ରାଫିକ ପୋଷ୍ଟରେ ପିଟି ହୋଇଯାଇଥିଲା । ଫଳରେ ଟ୍ରାଫିକ ପୋଷ୍ଟଟି ଭାଙ୍ଗିଯାଇ ପ୍ରାୟ ୨୦ ଫୁଟ ଦୂରକୁ ଛିଟିକି ପଡିଥିଲା । ପରେ କାରଟି ଶୈଳଶ୍ରୀବିହାର ରାସ୍ତା ଡିଭାଇଡରକୁ ଧକ୍କା ଦେଇଥିଲା ।
କାରଟି ଅଟକିବା ପରେ ଭିତରେ ଥିବା ଯୁବକ ଯୁବତୀ ଦୁଇ ଜଣ ଦୌଡ଼ି ପଳାଇଥିଲେ । କିନ୍ତୁ ମଦ୍ୟପାନ କରିଥିବାରୁ ଡ୍ରାଇଭର କାର ଭିତରେ ପଶି ରହିଯାଇଥିଲେ । କାରରୁ ପ୍ରବଳ ଧୂଁଆ ବାହାରିବା ସହ ପୁରା ଅଞ୍ଚଳ ଧୂଁଆମୟ ହୋଇ ଯାଇଥିଲା । ଚନ୍ଦ୍ରଶେଖପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଯୁବକ ଓ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।