ଆଜି ମହାପ୍ରଭୁଙ୍କ ମକର ନୀତି : ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ (କେନ୍ୟୁଜ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ଆଜି ମକର ସଂକ୍ରାନ୍ତି । ମହାପ୍ରଭୁଙ୍କ ଚିତ୍ତାକର୍ଷକ ମକର ଚୌରାଶୀ ବେଶକୁଦର୍ଶନ କରିବେ ଭକ୍ତ । ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ୟାନ୍ନ ଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ ।

ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ତୁଳସୀରେ ମାଳଚୂଳ ସହ ଛଅମୂର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଜି ଅବକାଶ ନୀତି ପରେ ମହାପ୍ରଭୁ ମକର ବେଶ ବା ମକର ଚୌରାଶୀ ବେଶରେ ମଇଲମ ହୋଇଛନ୍ତି। ସେପଟେ ଚୁନରା ସେବାୟତଙ୍କ ପକ୍ଷରୁ ଅଁଳା ବେଢା ଉପରେ ଗେରୁ ରଙ୍ଗରେ ରାମାନନ୍ଦି ଚିତ୍ତା ଅଙ୍କନ ସହ ନିଳଚକ୍ର ମାଜଣା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.