ପବିତ୍ର ମକର ସଂକ୍ରାନ୍ତି ପାଇଁ ଆରଡି ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗି ହୋଇଛି ମକର ଚାଉଳ ଓ ପୋଡପିଠା ଭୋଗ

ଚାନ୍ଦବାଲି: କଥାରେ ଅଛି ଜାଗର ଅଧା ମକର । ଜାଗର ଯାତ୍ରା ପର୍ବର ପ୍ରସ୍ତୁତି ମକର ସଂକ୍ରାନ୍ତି ଠାରୁି ଆରମ୍ଭ ହୋଇଥାଏ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ । ପବିତ୍ର ମକର ସଂକ୍ରାନ୍ତି ପାଇଁ ଉତ୍ସବ ମୁଖର ହୋଇଉଠିଛି ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ । ସଂକ୍ରାନ୍ତି ପାଇଁ ବାବାଙ୍କ ପାଖରେ ଲାଗି ହୋଇଛି ମକର ଚାଉଳ ଓ ପୋଡପିଠା ଭୋଗ ।

ଭକ୍ତମାନେ ପ୍ରଶସାନର ନିୟମ ମାନି ଲମ୍ବା ଲାଇନରେ ବ୍ଯାରିକେଡରେ ଆସି ବାବାଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ତେବେ ପ୍ରଶାସନର ନିଷ୍ପତି ଅନୁସାରେ ଚଳିତ ବର୍ଷ ମକର ସଂକ୍ରାନ୍ତିରେ କୈାଣସି ବାହାର ଦୋକାନୀ ପାୀଠରେ ଦୋକାନ ପକାଇନାହାଁନ୍ତି । କେବଳ ଭ‌କ୍ତମାନେ ବାବାଙ୍କ ଦର୍ଶନ କରୁଛନ୍ତି କିନ୍ତୁ ମେଳା ଲାଗିନି ।

ତେବେ ସଂକ୍ରାନ୍ତି ପାଇଁ ଭୋର ସମୟରେ ମନ୍ଦିର ପହୁଡ ଖୋଲା ହେବାପରେ ପ୍ରଥମେ ମଙ୍ଗଳ ଆରତି କରାଯାଇଥିଲା । ପରେ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ସେବାୟତଙ୍କ ତରଉରୁ ଅରୁଆ ଚାଉଳରେ ପ୍ରସ୍ତୁତ ପୋଡପିଠା ଭୋଗ ଲାଗି କରାଯାଇଥିଲା । ସକାଳ ୭ଘଟିକାରୁ ଦର୍ଶନ ବ୍ୟବନସ୍ଥା ଆରମ୍ଭ ହୋଇଛି । ପ୍ରଶାସନ ତରଫରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.