ଆସନ୍ତାବର୍ଷ ହେବ ମେକ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ, ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତାବର୍ଷ ହେବ ମେକ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ । ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ୧୧ଟି ଜିଲ୍ଲାରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ ଇନ ଓଡ଼ିଶାରେ ବିଭିନ୍ନ କଂପାନୀର ନିବେଶ ନେଇ ବିଭିନ୍ନ ୧୦ଟି କ୍ଷେତ୍ରରେ ଏହି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟିତ ହୋଇଛି । ୮ମ ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିରେ ୮ହଜାର ୯ଶହ ୩୯ କୋଟିର ପୁଞ୍ଜିନିବେଶ ହୋଇଛି ଓ ଏହାଦ୍ୱାରା ୧୨ହଜାର ୧୪୨ ଜଣଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ।

ଓଡିଶା ପୁଞ୍ଜିନିବେଶ ପାଇଁ ବିଭିନ୍ନ କଂପାନୀଙ୍କ ପସନ୍ଦର ସ୍ଥାନ ପାଲଟିଛି । 5T କାର୍ଯ୍ୟକାରୀ ହେବା ପରେ ଏହା ଆହୁରି ସୁଗମ ହୋଇପାରିଛି । ସେହିପରି ଓଡ଼ିଶା ଚଳଚ୍ଚିତ୍ର ନିଗମର ସ୍ୱତନ୍ତ୍ର ୱେବସାଇଟ୍‌ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ହେବ ଫିଲ୍ମ ସୁଟିଂର ହବ୍‌ । ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ବଲିଉଡ୍‌ ଫିଲ୍ମ ସୁଟିଂ କରାଯିବ । ଏହା ସହ ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନର ସଂମ୍ପ୍ରସାରଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୧୯୯୫ କୋଟି ଓ ଏଥିରେ ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଯାଜପୁରରେ ହେବ ଇ-ଭେଇକିଲ୍‌ର ଆସେମ୍ବଲ ପ୍ଲାଣ୍ଟ । ଶ୍ରୀ ସିମେଣ୍ଟ ବି ଓଡ଼ିଶାରେ କାରଖାନା ପ୍ରତିଷ୍ଠା କରିବ ।

Leave A Reply

Your email address will not be published.