ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ : ସନ୍ଧ୍ୟା ସାଢ଼େ ୬ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ୫ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସାଢ଼େ ୬ଟାରେ ଉଦଘାଟନ କରିବେ । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ସରିଛି ସମସ୍ତ ପ୍ରସ୍ତୁତି । ଏହି ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହେବ । ଆସନ୍ତାକାଲି ସାଢ଼େ ୧୦ଟାରେ ପ୍ଲିନାରୀ ରହିଛି । ଏହାପରେ ୧୨ଟା ୪୫ରେ ଲିଡରସିପ୍ ସମିଟ୍ ଅନୁଷ୍ଠିତ ହେବ । ମୁଖ୍ୟ ଆକର୍ଷଣ ହେବେ ବିଜନେସ୍ ଟାଇକୁନ୍ ମୁକେଶ ଅମ୍ବାନୀ । ଅମ୍ବାନୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କ’ଣ କହିବେ ଓ କି ଘୋଷଣା କରିବେ ତାଉପରେ ଓଡ଼ିଶା ଶିଳ୍ପ ଜଗତର ନଜର ରହିଛି ।

ଏହାପରେ ଅପରାହ୍ନ ୩ଟାରେ ଜାପାନ୍ ସେମିନାର ରହିଛି । ଏଥିରେ ଜାପାନିଜ୍ କମ୍ପାନୀକୁ ଓଡ଼ିଶାର ମାନ୍ୟୁଫାକଚରିଂ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବ । ଚଳିତବର୍ଷ ମେକ୍ ଇନ୍ ଓଡ଼ିଶାର କଣ୍ଟ୍ରି ପାର୍ଟନର ରହିଛି ଜାପାନ । ଏହି କନକ୍ଲେଭ୍ରେ ଦେଶ ବିଦେଶର ବହୁ ଶିଳ୍ପପତି ଯୋଗ ଦେବେ । ମୁକେଶ ଅମ୍ବାନୀଙ୍କ ସମେତ କୁମାର ମଙ୍ଗଳମ ବିର୍ଲା, ଏନ.ଚନ୍ଦ୍ରଶେଖରନ, ଅନିଲ ଅଗ୍ରୱାଲଙ୍କ ଭଳି ପ୍ରତିଷ୍ଠିତ ଶିଳ୍ପପତି ମଧ୍ୟ ଭାଗ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.