ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌, ପ୍ରସ୍ତୁତି କାର୍ଯ୍ଯ ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ

ଭୁବନେଶ୍ବର(କେନ୍ଯୁଜ୍) : ମଝିରେ ଆଉ ଦୁଇ ଦିନ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ । ଦେଶର ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ ୨୮ ଦେଶର ରାଷ୍ଟ୍ରଦୂତ ଓ ୫୦ ବିଦେଶୀ କଂପାନୀ ଭାଗ ନେବେ । ଏକ୍ସପୋରେ ପ୍ରଦର୍ଶିତ ହେବ ଶିଳ୍ପ ପାଇଁ ଓଡ଼ିଶା କିଭଳି ଓ କେତେ ଅନୁକୂଳ । ଏହି କନକ୍ଲେଭ ପାଇଁ ଭୁବନେଶ୍ୱର ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି ।

4ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଗତକାଲି କାର୍ଯ୍ଯ ଅଗ୍ରଗତିର ସମୀକ୍ଷା କରିଥିଲେ । ୨୦୧୬ ମସିହାରେ ପ୍ରଥମ ମେକ୍‌ ଇନ ଓଡ଼ିଶା ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ପୁଂଜିନିବେଶ ପାଇଁ ଦେଢ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ଦ୍ୱିତୀୟ ସଂସ୍କରଣରେ ମଧ୍ୟ ସଫଳତା ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.