ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ, ଯୋଗ ଦେବେ ଭାରତର ବହୁ ଶିଳ୍ପସଂସ୍ଥାର ପ୍ରତିନିଧି

ଭୁବନେଶ୍ୱର : ଆସନ୍ତା ୨୮ ଓ ୨୯ରେ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭାରତର ବହୁ ବଡ଼ ବଡ଼ ଶିଳ୍ପସଂସ୍ଥାର ପ୍ରତିନିଧି ଏଥିରେ ଯୋଗ ଦେବେ। ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନ୍ କ୍ଲେଭ। ୨୭ଟି ତାରିଖରେ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଆସି ପହଞ୍ଚିବେ।

ସେଦିନ ସିଆଇଆଇ ପକ୍ଷରୁ ୫ଟି ସେସନ ଅନୁଷ୍ଠିତ ହେବ । ଏଥିରେ ଶିଳ୍ପପତି ମାନେ ଯୋଗ ଦେବେ। ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେବେ। ପ୍ରାୟ ୨ଶହ ସିଆଇଆଇ କାଉନସିଲ ମେମ୍ବର ଉପସ୍ଥିତ ରହିବେ। ୨୮ରେ ସକାଳ ୧୦ଟା ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କନକ୍ଲେଭର ଉଦଘାଟନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ। ପ୍ରାୟ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ ଉଦଘାଟନ କାର୍ଯ୍ୟକ୍ରମ। ଅପରାହ୍ଣରେ ଶିଳ୍ପପତିଙ୍କୁ ନେଇ ୫ଟି କ୍ଷେତ୍ର ନେଇ ସେସନରେ ଆଲୋଚନା ହେବ। ପରେ ଜନତା ମୈଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୯ ତାରିଖରେ ମଧ୍ୟ ସକାଳେ ୫ଟି ସେସନ ଓ ଅପରାହ୍ଣରେ ୫ଟି ସେସନରେ ଆଲୋଚନା ହେବ।

ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବେ ଦେଶର ଶହେ ଫର୍ଚ୍ୟୁନ୫୦୦ କମ୍ପାନୀ ।  ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର MSME ଉଦ୍ୟୋଗୀ । ୨୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ।

Also read:ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା ୨୦୨୫ ପାଇଁ ସିଙ୍ଗାପୁରରେ ମେଗା ରୋଡ ସୋ