ଚେନ୍ନାଇ(କେନ୍ଯୁଜ୍) : ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ । କାର୍ଯ୍ଯକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍ଚରିଂ ହବ୍ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଥିବାରୁ ରାଜ୍ୟରେ ନିବେଶ ସୁଯୋଗର ପ୍ରଚାର ପାଇଁ ରାଜ୍ୟ ବାହାରେ ରୋଡ୍ ସୋର ଆୟୋଜନ କରାଯାଉଛି ।
ଆଜିର କାର୍ଯ୍ଯକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ବହୁ ଶିଳ୍ପପତି, ଷ୍ଟାର୍ଟ ଅପ କମ୍ପାନୀ ମାଲିକ ଯୋଗ ଦେଇଛନ୍ତି । ରାଜ୍ୟରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯାଉଛି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ପ୍ରଥମ ସଂସ୍କରଣରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା ।
ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାରେ ଆୟୋଜନ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ଦ୍ୱିତୀୟ ସଂସ୍କରଣ । ତା’ ପୂର୍ବରୁ ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ କରୁଛି ଓଡ଼ିଶା । ଶିଳ୍ପପତିଙ୍କୁ ଓଡ଼ିଶାରେ ଅନୁକୂଳ ବାତାବରଣ ନେଇ ଅବଗତ କରାଉଛନ୍ତି ରାଜ୍ୟ ସରକାର ।