ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିନ

ଭୁବନେଶ୍ବର (କେନ୍ଯୁଜ୍) : ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆଜି ତୃତୀୟ ଦିନ । ଦୁଇଟି ସେସନ୍ରେ ବିଭିନ୍ନ ଶିଳ୍ପ କ୍ଷେତ୍ର ଉପରେ ହେବ ଅଧିକ ଆଲୋଚନା । ଟେକ୍ ଟକ୍, ଏମ୍ଏସ୍ଏମ୍ଇ, ମେଟାଲ ସେକ୍ଟରରେ ଡାଉନଷ୍ଟ୍ରିମ୍ ଶିଳ୍ପ, ସ୍ୱାସ୍ଥ୍ୟ ସେବାରେ ନିବେଶ, ଟେକ୍ସଟାଇଲ ଆଣ୍ଡ ଆପେରାଲ, ଷ୍ଟାର୍ଟ ଅପ୍ ଟକ୍ସ, ଏରୋସ୍ପେସ୍ ଆଣ୍ଡ ଡିଫେନ୍ସ ମାନୁଫେକ୍ଚରିଂ, କେମିକାଲ ଆଣ୍ଡ ପେଟ୍ରୋକେମିକାଲ୍ସ, ଦକ୍ଷତା ବିକାଶ ଓ କୃଷି ଭିତ୍ତିକ ଶିଳ୍ପ ଉପରେ ଆଲୋଚନା ହେବ ।
ଗତକାଲି ଦ୍ୱିତୀୟ ଦିନରେ ବିଜନେସ୍ ଲିଡର୍ ସମିଟ୍ ଅନୁଷ୍ଠିତ ହୋଇଥିଲା । ଯୋଗ ଦେଇଥିଲେ ଦେଶର ବିଜନେସ୍ ଟାଇକୁନ୍ । ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ଗ୍ରୁପର ଅନୀଲ ଅଗ୍ରୱାଲ । ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍, ଜେଏସ୍ଡବ୍ଲୁର ଏମ୍ଡି ସଜ୍ଜନ ଜିନ୍ଦଲ, ଜେଏସ୍ପିଏଲ୍ ନବୀନ ଜିନ୍ଦଲଙ୍କ ଭଳି ଶିଳ୍ପପତି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ଛାତ ତଳେ ଏକାଠି ହୋଇଥିଲେ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ନେଇ ନିଜ ନିଜର ଆଭିମୁଖ୍ୟ ରଖିଥିଲେ । ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଦେଇଛନ୍ତି ପୁଞ୍ଜିନିବେଶର ପ୍ରତିଶ୍ରୁତି ।