ଖଲି ଓ ଦନା ତିଆରି କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି ମହିଳା, ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ

ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ । ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ । ଅନ୍ୟ ମହିଳାମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପାଇଁ ସାହାରା ହୋଇପାରିଛନ୍ତି । ନିଜର ଉଦ୍ୟମ ବଳରେ ଆଜି ଅନ୍ୟ ମହିଳାଙ୍କ ପାଇଁ ହୋଇପାରିଛନ୍ତି ପ୍ରେରଣାର ଉତ୍ସ । ମୟୁରଭଞ୍ଜ ଜିଲ୍ଲା ଉଦଳା ବୃନ୍ଦାଗଡି ଠାରେ ଶାଳପତ୍ରରେ ଖଲି ଓ ଦୋନା ତିଆରି କରି ବେଶ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏଠାକାର ମହିଳା ।

ଦିନେ ଏହି ମହିଳା ମାନେ ଘର ରହୁଥିଲେ ଓ ନିଜର ଖର୍ଚ୍ଚ ପାଇଁ ସ୍ୱାମୀଙ୍କ ସାହାରା ଖୋଜୁଥିଲେ । ହେଲେ ଆଜି ନିଜେ କାମ କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଖର୍ଚ୍ଚ ତୁଲାଉଛନ୍ତି । ବୃନ୍ଦାଗଡି ଠାରେ ମା ଦୁର୍ଗା ଦେବୀ ପ୍ରଡ୍ୟୁସର ନାମକ ସଂସ୍ଥା କିଛି ମହିଳାଙ୍କୁ ଏକଜୁଟ କରି ସ୍ୱାବଲମ୍ବୀ କରିବାର ପ୍ରୟାସ ଆରମ୍ଭ କରିଥିଲା । ଆଜି ଏହି ସଂସ୍ଥାରେ ଆଜି ୧୫୦ରୁ ଉର୍ଦ୍ଧ୍ବ ମହିଳା କାମ କରି ବେଶ କିଛି ଟଙ୍କା ରୋଜଗାର କରି ପାରୁଛନ୍ତି । ପ୍ରଥମେ ଏହି ମହିଳା ମାନେ ଶାଳ ପତ୍ର ସିଲେଇ କରିବାର ପ୍ରଶିକ୍ଷଣ ପାଇବା ପରେ ଏବେ ମେସିନରେ ଖଲି ଓ ଦନା ତିଆରି କରୁଛନ୍ତି ।

ବିଶେଷ କରି ଆଜିର ଦୁନିଆରେ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଥିବାରୁ ସେମାନେ ଖୁସି ଅଛନ୍ତି । ଭଲ ଭାବରେ ଦେଖନ୍ତୁ ଏ ମହିଳାମାନଙ୍କୁ କିଏ ପତ୍ରକୁ ପତ୍ର ସିଲେଇ କରୁଛି ତ ଆଉ କିଏ ମେସିନ୍ ରେ ଖଲି ଓ ଦନା ତିଆରି କରୁଛି । ନିଜର ହାତରେ ପ୍ରସ୍ତୁତ ହେଉଥିବା ଖଲି ଓ ଦନା ବାହାରକୁ ବିକ୍ରି ହେବା ପାଇଁ ଯାଉଛି । ବିଶେଷ କରି ଦିନେ ଅନ୍ୟର ସାହାରାରେ ବଞ୍ଚୁଥିବା ବେଳେ ନିଜ ପାଇଁ ଆଜି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଏହି ମହିଳା । ତେବେ ନିଜର ଉଦ୍ୟମ ଓ ମନୋବଳ ଯୋଗୁ ଏମାନେ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ।

Also read: ଆଚାର ପାମ୍ପଡ ବିକି ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା, ମିଶନ ଶକ୍ତି ଜରିଆରେ ହୋଇଛନ୍ତି ସ୍ୱାବଲମ୍ବୀ