ଆନନ୍ଦପୁରରେ ବ୍ୟାପୁଛି ମ୍ୟାଲେରିଆ, ଏକାଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର: ଆନନ୍ଦପୁରରେ କାୟା ବିସ୍ତାର କରିଛି ମାଲେରିଆ ।  ଆନନ୍ଦପୁର ବ୍ଲକ୍ ବୁଢିକୁଦ ପଞ୍ଚାୟତ ମଣ୍ଡପଡା ଗାଁରେ ବଢ଼ୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା । ମାସେ ପୂର୍ବେ ଏଠାରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଘରେ ଘରେ ଲୋକଙ୍କ ଠାରେ ଜ୍ବରର ଲକ୍ଷ୍ୟଣ ଦେଖିବାକୁ ମିଳିଛି ।  ପିଲାଠାରୁ ବୟସ୍କ ଏହି ରୋଗରେ ପୀଡିତ ହେଉଛନ୍ତି ।

ଏବେ ଆନନ୍ଦପୁର ଚିକିତ୍ସାଳୟରେ ୫ ଶିଶୁଙ୍କ ସମେତ ଜଣେ ମହିଳା ଚିକିତ୍ସାଧୀନ ଅଛନ୍ତି । ମ୍ୟାଲେରିଆ ବ୍ୟାପିବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ନିୟମିତ ଭାବେ ଗାଁରେ କ୍ଯାମ୍ପ ଲଗାଇ ରକ୍ତ ନମୁନା ପରୀକ୍ଷା କରିବା ସହ ପଜିଟିଭ୍ ବାହାରିଲେ ଔଷଧ ଦେଉଛନ୍ତି । ତେବେ ଦୂଷିତ ପରିବେଶ ସାଙ୍ଗକୁ ଅବହେଳା ଯୋଗୁ ଏହି ରୋଗ ପୁଣିଥରେ ଦେଖା ଦେଇଥିବା କହିଛନ୍ତି ଡାକ୍ତର। ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହ ରୋଗର ଲକ୍ଷ୍ୟଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କରିଛନ୍ତି ବିଶେଷଜ୍ଞ ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.