କୋରାପୁଟ ଜର୍ଟି ଷ୍ଟେସନରେ ଅଘଟଣ: ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୩ଟି ବଗି

କୋରାପୁଟ: ଟ୍ରାକରୁ ଖସିଲା ଟ୍ରେନ୍‌। ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରାକରୁ ୧୩ଟି ବଗି ଖସିଯାଇଥିବା ସୂଚନା ମିଳିଛି।

trainକୋରାପୁଟ ଜର୍ଟି ଷ୍ଟେସନରେ ଭୋର ୪ଟା ୩୦ରେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି କିରଣ୍ଡୁଲରୁ ବିଶାଖାପାଟଣା ଯାଉଥିଲାବେଳେ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ ଜଗଦଲପୁର-କୋରାପୁଟରୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ରେଳ ଚଳାଚଳ ସ୍ୱାଭାବିକ କରିବାକୁ ରେଳବାଇ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି।