Categories: ରାଜ୍ୟ

ଚିଲିକା ରାଜହଂସରେ ମାଲେସିଆ ଜାହାଜ ଅଟକିବା ପ୍ରସଙ୍ଗରେ ମୁହଁ ଖୋଲିଲା ପ୍ରଶାସନ

ଚିଲିକା ରାଜହଂସରେ ମାଲେସିଆ ଜାହାଜ ଅଟକିବା ପ୍ରସଙ୍ଗରେ ମୁହଁ ଖୋଲିଲା ପ୍ରଶାସନ । ଉପକୂଳ ସୁରକ୍ଷା ନେଇ କୈଣସି ଆଶଙ୍କା ନ ଥିବା ଜିଲ୍ଲାପାଳ ଓ ଏସ୍‌ପି ସ୍ୱଷ୍ଟ କରିଛନ୍ତି । ଜାହାଜରେ ଥିବା ୮ ଜଣ ବିଦେଶୀଙ୍କ ପରିିଚୟ ମିଳିଥିବା ବେଳେ ଜାହାଜ ସଂପର୍କରେ ମଧ୍ୟ ସଂପୂର୍ଣ୍ଣ ତଥ୍ୟ ମିିଳିଛି । ଜାହଜରେ ଥିବା ୩୦ ହଜାର ଲିଟର ତେଲ ସୁରକ୍ଷିତ ଅଛି । ଜାହଜର ତ୍ରୁଟି ସୁଧାରିବା ପରେ ତାହା ଫେରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୁରୀ କୃଷ୍ଣପ୍ରସାଦ ଚିଲିକା ଉପକୂଳରେ ୯ ଦିନ ଧରି ବିଦେଶୀ ଜାହାଜ ଲାଗିବା ଓ ୮ ଜଣ ବିଦେଶୀଙ୍କ ଅନୁପ୍ରବେଶ ନେଇ ଜିଲ୍ଲା ପ୍ରଶାସନ ନିକଟରେ କୈଣସି ସ୍ପଷ୍ଟ ସୂଚନା ନଥିଲା । ତେବେ ଏ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । କୋଷ୍ଟଗାର୍ଡ ସହ ଆଲୋଚନା ପରେ ୮ ଜଣ ବିଦେଶୀଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ଏସ୍‌ପି । ଜାହାଜରେ ୭ ଜଣ ମିଆଁମାରର, ଜଣେ ମାଲେସିଆ ଓ ଜଣେ ଭାରତୀୟ ଅଛନ୍ତି। ଗତ ୨ ତାରିଖରୁ ବାଂଲାଦେଶରୁ ବାହାରିଥିବା ଜାହାଜର ପ୍ରୋପେଲରରେ ଦଡଡି ଲାଗିଯିବାରୁ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା । ଜାହାଜ ଓ ବିଦେଶୀ ନାବିକଙ୍କ ସଂପର୍କରେ ସୂଚନା ଥିବାରୁ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କୈଣସି ଆଶଙ୍କା ନାହିଁ ।

ସେପଟେ ଜାହାଜରେ ଥିବା ୩୦ ହଜାର ଲିଟର ତେଲ ସଂପୂର୍ଣ୍ଣ ସୁରକ୍ଷିତ ଥିବାରୁ ତେଲ ଲିକ ହେବାର ଆଶଙ୍କା ନାହିଁ । ତେବେ ଜାହାଜଟି ୧୮ ଡିଗ୍ରୀ ଦବି ଯାଇଥିବା ଜଣାପଡିଛି । ଜାହାଜକୁ ମରାମତି କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଏହା ଫେରିଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜାହାଜର ମାଲିକ ଓ ଏଜେଣ୍ଟ ଏ ନେଇ ଉଦ୍ୟମ କରୁଥିବା ବେଳେ ଜାହାଜ ଓ ବିଦେଶୀଙ୍କ ଉପରେ କୋଷ୍ଟଗାର୍ଡ ଓ ପୋଲିସର ନଜର ରହିଛି । ଆବଶ୍ୟକ ହେଲେ ଜାହାଜରେ ଥିବା ତେଲ ସ୍ଥାନାନ୍ତର କରାଯାଇପାରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜାହାଜରୁ ତେଲ ନିର୍ଗତ ହେବା ସମ୍ଭାବନା କମ୍‌ ଥିବାରୁ ଚିଲିକାଉପରେ କୌଣସି ବିପଦ ନାହିଁ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି । ନୌସେନାର ଗୁଇନ୍ଦା ସୂଚନା ସତ୍ତ୍ୱେ ପୁରୀ ଜିଲ୍ଲା ପ୍ରଶାସନ ୯ ଦିନ ଧରି ଜାହାଜ ସଂପର୍କରେ ସଂପୂର୍ଣ୍ଣ ଅବଗତ ନଥିଲା ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago