ଆସନ୍ତା ୧୮ରୁ ଆରମ୍ଭ ହେବ ମଳ ମାସ, ଖୋଲିବ ଶ୍ରୀମନ୍ଦିର ଭିତରେ ବର୍ଷ ତମାମ ବନ୍ଦ ରହୁଥିବ ପୁରୁଷୋତ୍ତମଙ୍କ ମନ୍ଦିର

ପୁରୀ: ଆରମ୍ଭ ହେବ ମଳ ମାସ । ଆସନ୍ତା ୧୮ ତାରିଖରୁ ଏହି ମାସ ଆରମ୍ଭ ହେବାକୁ ଯାଉଛି। ଶ୍ରୀକ୍ଷେତ୍ରରେ ମଳମାସ ପୁରୁଷୋତ୍ତମ ମାସ ଭାବେ ପରିଚିତ । ଏହି ମାସର ଅନେକ ବିଶେଷତ୍ୱ ରହିଛି । ଶ୍ରୀମନ୍ଦିର ଭିତରେ ବାଟ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ପୁରୁଷୋତ୍ତମ ମନ୍ଦିର ବର୍ଷ ତମାମ ବନ୍ଦ ରହିଥାଏ । କିନ୍ତୁ ମଳମାସ ସମୟରେ ଏହି ମନ୍ଦିର ଖୋଲିଥାଏ ।

ମଳମାସରେ ବ୍ରତଧାରୀମାନେ ଏହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାଆନ୍ତି । କିନ୍ତୁ ଏଥର କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁମାନେ ପୁରୁଷୋତ୍ତମ ମନ୍ଦିରକୁ ଯାଇପାରିବେ ନାହିଁ । ଏହି ମଳମାସ ଅକ୍ଟୋବର ୧୬ ତାରିଖରେ ସରିବ । ମଳମାସ ପାଇଁ ଶାରଦୀୟ ଦୁର୍ଗାପୂଜା ୧୬ ଦିନ ପରିବର୍ତ୍ତେ ୪୫ ଦିନ ଧରି ପାଳିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.