କରୋନା କଟକଣାକୁ ଫୁ, ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଲେ ବିଇଓ ମ୍ୟାଡମ

ମାଲକାନଗିରି (କେନ୍ୟୁଜ) : ସରକାରୀ ଅତିଥି ଭବନରେ ଜମିଲା ନାଚ ଗୀତାର ଆସର। ଭାଇରାଲ ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଡ୍ୟାନସିଂ ଭିଡିଓ। କୋଭିଡ କଟକଣାର ଧଜିଆ ଉଡାଇ ବିନା ମାସ୍କରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି। ଭିଡିଓଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି।

ତେବେ ଭିଡିଓ ଭାଇରାଲ ହେବା ପରେ ପ୍ରଶ୍ନ ଉଠୁଛି ଯେ ସରକାରୀ ଅତିଥି ଭବନରେ ସରକାରୀ କର୍ମଚାରୀ କିଭଳି ସରକାରୀ ନିୟମକୁ ଉଲଂଘନ କରୁଛନ୍ତି? କାହିଁକି ଏଥିପ୍ରତି କାହାର ନିଘା ନାହିଁ? ତେବେ ଭିଡିଓରେ ସ୍ପଷ୍ଟ ରୂପେ ବାରି ହୋଇପଡୁଛି ବିଇଓ ମ୍ୟାଡ଼ମ କିଭଳି ନିଜ କର୍ମଚାରୀଙ୍କୁ ଭିଡି ନାଚୁଛନ୍ତି । ଏହି ଘଟଣା ବିଷୟରେ ପ୍ରତିକ୍ରିୟା ନେବାପାଇଁ ଆମେ ବିଇଓ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନଥିଲା। ତେବେ ସରକାରୀ କର୍ମଚାରୀଙ୍କ ଉପରେ କି ପ୍ରକାର ତଦନ୍ତ ହେବ ଆଉ ପଦକ୍ଷେପ ନିଆଯିବ ତାହା ଦେଖିବା ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.