ମାଲକାନାଗିରି: ମାଡମାରି ନୁହେଁ ଦଣ୍ଡ ବୈଠକ କରାଇ ଅମାନିଆଙ୍କୁ ସାବାଡ଼ କଲା ପୋଲିସ

ଅମାନିଆଙ୍କୁ ସାବାଡ୍‌ । ମାଡ ମାରି ନୁହେଁ ଦଣ୍ଡ ବୈଠକ କରାଇ। ଏପରି ଅଭିନବ ଉପାୟରେ ଦଣ୍ଡ ଦେଉଛି ମାଲକାନଗିରି ପୋଲିସ। ଲକ୍‌ ଡାଉନ୍‌ ସମୟରେ ଯେଉଁମାନେ ରାସ୍ତାରେ ବିନା କାରଣରେ ଯାତାୟତ କରୁଛନ୍ତି ସେମାନଙ୍କୁ ରାସ୍ତାରେ ଦଣ୍ଡ ମାରିବାକୁ କୁହାଯାଉଛି। ଏହାପରେ ସେମାନଙ୍କ ହାତ ସାନିଟାଇଜରରେ ସଫା କରାଯାଉଛି । କହିରଖିବା ଉଚିତ ହେବକି ଗତ ମାର୍ଚ୍ଚ ୨୩ ତାରିଖରୁ ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ୨୫ ତାରିଖରୁ ଦେଶ ବ୍ୟାପି ଲକ ଡାଉନ ଜାରି କରିଛନ୍ତି ।

ଦେଶରେ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାରଣରୁ କେତକ ଜରୁରୀ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ଆଦିକୁ ବନ୍ଦ କରାଯାଇଛି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ମାନେ କଡା ପଦକ୍ଷେପ ମାନ ଅବଲମ୍ବନ କରୁଛନ୍ତି । ଲୋକଙ୍କୁ ବୁ ଝାଇବା ସହ ଅମାନିଆ ହେଲେ ଦଣ୍ଡ ବି ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.