ମାଲକାନଗିରି (କେନ୍ୟୁଜ୍) : ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଥର ଟିକ୍ଟକ୍ ଭିଡିଓ ପାଇଁ ନୁହେଁ। ମାଲକାନଗିରି ଜିଲ୍ଲାପାଳଙ୍କ ପତ୍ନୀ ଏହି ସରକାରୀ ହସପିଟାଲରେ ସନ୍ତାନ ପ୍ରସବ କରିବାକୁ ନେଇ। ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲଙ୍କ ପତ୍ନୀ ସନ୍ତାନ ପ୍ରସବ ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମା’ ଓ ଶିଶୁ ଏବେ ସୁସ୍ଥ ଅଛନ୍ତି । ସରକାରୀ ସ୍ୱାସ୍ଥ୍ୟ ସେବା ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଜିଲ୍ଳାପାଳଙ୍କ ପତ୍ନୀ ପ୍ରସବ ପାଇଁ ସରକାରୀ ହସପିଟାଲରେ ଭର୍ତ୍ତି ହେବା ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଧ୍ୟ ଜିଲ୍ଲାପାଳ ପଦକ୍ଷେପକୁ ପ୍ରଶଂସା କରି ଟ୍ଵିଟ କରାଯାଇଛି । ଏହାଦ୍ୱାରା ଜନସାଧାରଣଙ୍କ ସରକାରୀ ମେଡିକାଲ ପ୍ରତି ବିଶ୍ୱାସ ଓ ଭରସା ନିଶ୍ଚୟ ବଢ଼ିବ । ଏହି ଘଟଣା ପରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମାଲକାନଗିରି ଜିଲ୍ଲାପାଳ।