ଜଙ୍ଗଲ ସୁରକ୍ଷାକୁ ନେଇ ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO

ମାଲକାନଗିରି: ଗୀତ ଗାଇ ସଚେତନ କରୁଛନ୍ତି ମାଲକାନଗିରି DFO। ଜଙ୍ଗଲ କିଭଳି ସୁରକ୍ଷିତ ରହିବ ଏବଂ ତାକୁ କିଭଳି ନିଆଁ ଦାଉରୁ ବଞ୍ଚାଯାଇ ପାରିବ ସେ ନେଇ ସଚେତନ କରୁଛନ୍ତି ମାଲକାନଗିରି DFO। ଆଉ DFO ଙ୍କ ଏଭଳି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରାଯାଉଛି।

ମାଲକାନଗିରି ଗୋଇ ଜଂଗଲରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ନେଇ ଖବର ପ୍ରସାରଣ ପରେ ବନ ବିଭାଗର ଆରମ୍ଭ କରିଛି ଜନ ସଚେତନତା କାର୍ଯ୍ୟକ୍ରମ। ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ନିଆଁ ମାଡିଯାଉଥିବା ବେଳେ ଡେରିରେ ହେଲେ ମଧ୍ୟ ବନ ବିଭାଗର କର୍ମଚାରୀ ଜଂଗଲରେ ପଶି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି। ଆଜି ଏନେଇ ଚାଲାଣଗୁଡା ଠାରେ ଏକ ନିଆଁ ଲିଭା ଏବଂ ଜଂଗଲର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଚାଲାଣଗୁଡାରେ ଏକ ବିରାଟ ରାଲି କରାଯାଇ ଲୋକଙ୍କୁ ଜଂଗଲରେ ନିଆଁ ନଲଗାଇବା,ବେଣ୍ଟ ଶିକାର ନକରିବା,ଜଂଗଲରୁ ଗଛ ହାଣି ଘରକୁ ନଆଣିବା ଭଳି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଏପରିକି ଲୋକଙ୍କୁ ବୁଝାଇବା ପାଇଁ ପଥପ୍ରାନ୍ତ ନାଟକ ମଧ୍ୟ କରାଯାଇଥିଲା। ଯାହାଫଳରେ ଲୋକେ ସଚେତନ ହୋଇ ଆଗକୁ ଜଂଗଲରେ ନିଆଁ ଲଗାଇବେ ନାହିଁ। ଆଗକୁ ଆଦିବାସୀଙ୍କ ଚଇତ ପରବ ରହିଥିବାରୁ ଆଦିବାସୀ ସଂପ୍ରଦାୟର ଲୋକେ ଜଂଗଲକୁ ବେଣ୍ଟ ଶିକାର କରିବାକୁ ଯାଇଥାନ୍ତି।ତେଣୁ ଏହାକୁ କିପରି ରୋକ ଲଗାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ନିଜ ଜଂଗଲର ଉନ୍ନତି ନିଜେ ହିଁ କରିପାରିବା ବୋଲି ଜିଲ୍ଲା ବନାଞ୍ଚଳ ଅଧିକାରୀ ଆୟୋଜିତ ସଭାରେ ଲୋକମାନଙ୍କୁ କହିଥିଲେ।

Leave A Reply

Your email address will not be published.