୫୩ ପ୍ରବାସୀଙ୍କୁ ପଶ୍ଚିମବଙ୍ଗ ପଠାଇଲା ମାଲକାନଗରିରି ଜିଲ୍ଲା ପ୍ରଶାସନ

ମାଲକାନଗରିରି: ୫୩ ପ୍ରବାସୀଙ୍କୁ ପଶ୍ଚିମବଙ୍ଗ ପଠାଇଲା ମାଲକାନଗରିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲାର ପ୍ରବେଶ ପଥ ମୋଟୁ ଠାରେ ଫସିଥିବା ୫୩ ଜଣ ପଶ୍ଚିମବଙ୍ଗ ପ୍ରବାସୀଙ୍କୁ ୫ଦିନ ପରେ ଉଦ୍ଧାର କରାଯାଇ ପଶ୍ଚିମବଙ୍ଗ ସୀମାନ୍ତରେ ଛଡାଯାଇଛି । ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପରିଚୟ ଯାଞ୍ଚ କରିବା ପରେ ସେମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ ।

ହେଲେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୌଣସି ସହାୟତା ନମିଳିବାରୁ କିଛି ପ୍ରବାସୀ ଗାଡି ଭଡା କରି ନିଜ ନିଜ ରାଜ୍ୟକୁ ଯାଇଥିବା ଜଣାପଡିଛି । ଅନ୍ୟ କିଛି ପ୍ରବାସୀଙ୍କ ପାଖରେ ଅର୍ଥ ନଥିବାରୁ ଯିବା ସମ୍ଭବପର ନଥିଲା । ୫ଦିନ ସୀମାରେ ରହିବା ପରେ ଏମାନଙ୍କୁ ସହଯୋଗର ହାତ ବଢାଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ପଶ୍ଚିମବଙ୍ଗ ପ୍ରବାସୀ ।

Leave A Reply

Your email address will not be published.