ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ । ଅବିଶ୍ରାନ୍ତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ। ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ୩ ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି । ପୋଲର ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି । କନ୍ୟାଶ୍ରମ ବ୍ରିଜ ବୁଡିଯାଇଥିବାରୁ କାଲିମେଳା ଠାରୁ ପଡିଆ ଯାତାୟାତ ଠପ୍ ହୋଇଯାଇଛି।
ସେହିପରି ପ୍ରବଳ ବର୍ଷା ନେଇ ଆଜି ମାଲକାନଗିରି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା । ସବୁ ସରକାରୀ, ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ରହିବ । ମାଲକାନଗିରିରେ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ରେଡ୍ ଆଲର୍ଟ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି । ୱାର୍ଣ୍ଣିଂକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢନ୍ତୁ : ଭର୍ଟିଗୋ ଉପରେ କିମ୍ସରେ ଏକ ଦିନିକିଆ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ