ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ବଙ୍କର୍ ଠାବ, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଓବାଦୀଙ୍କ ବିରାଟ ବଙ୍କର୍ ଠାବ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ ହୋଇଛି । ସେହି ସାହାଯ୍ୟରେ ଖସିଯାଇଛି ଟପ୍ ମାଓନେତା ହିଡମା ।  ପୋଲିସ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ନିହତ ପରେ ସର୍ଚ୍ଚ ଅପରେସନ ଚାଲିଥିଲା ।  ଏହି ସମୟରେ ଏକ ବଙ୍କର ଠାବ ହୋଇଛି । ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ବଡ଼ ମାଓ କ୍ୟାଡରଙ୍କ ଉପସ୍ଥିତି ଖବର ଆଧାରରେ ଅପରେସନ କରିଥିଲେ । ୧୬ ତାରିଖ ସକାଳ ୯ଟାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।  ଏନକାଉଣ୍ଟର ସ୍ଥଳରୁ ଏକ ଏସଏଲଆର ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

You might also like