ଲଗାଣ ବର୍ଷାରେ ବୁଡ଼ିଲା କାଙ୍ଗୋରୁକୋଣ୍ଡା ପୋଲ, ଯାତାୟାତ ବାଧାପ୍ରାପ୍ତ

କାଲିମେଳା: ଲଗାଣ ବର୍ଷାରେ ବୁଡିଲା କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ବ୍ରିଜ୍ । କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ଚାଲୁଛି ୨ରୁ ୩ ଫୁଟ ଉଚ୍ଚର ପାଣି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ବନ୍ଦ ରହିଛି ଯାତାୟାତ । ଉଭୟ କୂଳରେ ଅଟକି ରହିଛି ଶହଶହ ଗାଡି ମୋଟର । କାଲିମେଳା ଠାରୁ ପଡ଼ିଆକୁ ମଧ୍ୟ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ପାଣି ଚାଲୁଥିବା ରାସ୍ତା ଓ ବ୍ରିଜ ଉପରେ ଯାନବାହାନ ଚଳାଚଳ ବନ୍ଦ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରିରୁ ମୋଟୁ, ଆନ୍ଧ୍ର, ତେଲେଙ୍ଗାନାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ପାଣି ନ ଛାଡ଼ିବା ପାଇଁ ଯାତାୟାତକୁ ବାରଣ କରାଯିବାକୁ କୁହାଯାଇଛି ।

ଅନ୍ୟପଟେ ଆସନ୍ତା ୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହେବ। ଏପିରି କି କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହେବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏପରି ଆକଳନ କରିଛନ୍ତି। ୬ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହୋଇପାରେ। ଏହା ପ୍ରଭାବରେ ବର୍ଷା ଆହୁରି ବଢ଼ିବ । ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୮ ତାରିଖ ଯାଏ ବର୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.