ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିିରି ଏମଭି -37 ପୋଲ, ଉଭୟ ପାର୍ଶ୍ବରେ ଅଟକି ରହିଛି ଅନେକ ଗାଡି

ମାଲକାନଗିିରି(କେନ୍ୟୁଜ୍): ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିିରି ଏମଭି -37 ପୋଲ । କରୁକୋଣ୍ଡା ବ୍ଲକ mv-୩୭ ପୋଲ ଉପରେ ୫ଫୁଟର ପାଣି ଚାଲଛି । ଫଳରେ ମାଲକାନଗିରି ଠାରୁ ବାଲିମେଳା, ଚିତ୍ରକୋଣ୍ଡାକୁ ଯାତାୟାତ ଠପ୍‌ ହୋଇଛି । ଫଳରେ ଉଭୟ ପାର୍ଶ୍ବରେ ଅନେକ ଗାଡି ଅଟକି ରହିଛି ।

ଏହି ପୋଲ ତଳୁଆ ଥିବାରୁ ନିକଟରେ ଅନ୍ୟ ଏକ ନୂଆ ପୋଲ ନିର୍ମାଣ କରାଯାଇଛି । କିନ୍ତୁ ଆପ୍ରୋଚ ରାସ୍ତା ନିର୍ମାଣ ହୋଇନଥିବା କାରଣରୁ ଲୋକେ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି । ଦୀର୍ଘ ୫ବର୍ଷରୁ ଅଧିକ ସମୟ ହେଲା ଠିକାଦାରଙ୍କ ଅବହେଳା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.