ଯାତ୍ରାରେ ପୁଣି ଅଶ୍ଳୀଳ ନାଚ, ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାମରେ ମାମଲା ରୁଜୁ
ମାଲକାନଗିରି: ମାଲକାନଗିରି ଜିଲ୍ଲା କତାମେଟା ଠାରେ ଚାଲିଥିବା ଅପେରାରେ ସୀମା ଟପିଲେ ସାହୁଭାଉଜ । ଆଉ ସେଇ ନାଚକୁ ଦେଖି ଉପୋଭୋଗ କରିଥିଲେ ମାଥିଲି ଥାନା ଅଧିକାରୀ ଦେବ ଦତ୍ତ ମଲିକ । ଗତକାଲି ରାତିରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ଆଗ ଧାଡ଼ିରେ ବସି କିଛି ବନ୍ଧୁଙ୍କ ସହ ଉପୋଭୋଗ କରୁଛନ୍ତି ଥାନା ଅଧିକାରୀ ।
ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାମରେ ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି । ଯାତ୍ରା ଆୟୋଜକ କୋତାମେଟା ଆୟୋଜନ କମିଟି ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ବିଏନଏସ୍ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ଏହାସହ ଅଶ୍ଳୀଳ ଦୃଶ୍ୟକୁ ଉପଭୋଗ କରୁଥିବା ଅଭିଯୋଗରେ ମଧ୍ୟ ସମ୍ପୃକ୍ତ ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ର ଅପେରାରେ ଅଶ୍ଳିଳ ନୃତ୍ୟ ପରିବେଷଣ କରିଥିଲେ ସାହୁ ଭାଉଜ ।