ମହାପ୍ରଭୁଙ୍କ ଦର୍ଶନ କଲେ ମମତା ବାନାର୍ଜୀ, ଶ୍ରୀମନ୍ଦିରରେ ମମତାଙ୍କ ନାଁରେ ୧୨ ଫୁଟିଆ ହଳଦୀ ରଙ୍ଗର ବାନା ବନ୍ଧା ଯାଇଥିଲା

ଭାରତବର୍ଷ, ପଶ୍ଚିମବଙ୍ଗ, ଓଡ଼ିଶା ଓ ସମସ୍ତ ଜନସାଧାରଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଧ୍ୱଜା ପରିବର୍ତ୍ତନର ଅପୂର୍ବ ଦୃଶ୍ୟ ଦେଖି ଆତ୍ମବିଭୋରିତ ହୋଇଥିଲେ ।

ପୁରୀ(କେନ୍ୟୁଜ୍): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ ନିଜ କୌଳିକ ଗୁରୁ,କୌଳିକ ପଣ୍ଡା,ଦଇତାପତି ଓ ସମସ୍ତଙ୍କୁ ନେଇ ଦର୍ଶନ ପାଇଁ ଯାଇଥିଲେ । ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ପରେ ସେ ମା’ ବିମଳା, ମା’ ଲକ୍ଷ୍ମୀ ଓ ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରିଥିଲେ । ଏଥିପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀବାସୀ, ଜିଲ୍ଲା ଓ ପୋଲିସ ପ୍ରଶାସନ ଓ ସମସ୍ତ ସେବାୟତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଭାରତବର୍ଷ, ପଶ୍ଚିମବଙ୍ଗ, ଓଡ଼ିଶା ଓ ସମସ୍ତ ଜନସାଧାରଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଧ୍ୱଜା ପରିବର୍ତ୍ତନର ଅପୂର୍ବ ଦୃଶ୍ୟ ଦେଖି ଆତ୍ମବିଭୋରିତ ହୋଇଥିଲେ । ତାଙ୍କୁ ଧ୍ୱଜା ପ୍ରଦାନ କରାଯାଇଥିଲା । ତାଙ୍କ ନାଁରେ ୧୨ ଫୁଟିଆ ହଳଦୀ ରଙ୍ଗର ବାନା ବନ୍ଧା ଯାଇଥିଲା । ମୋ ଘରେ ତଥା ପଶ୍ଚିମବଙ୍ଗର ଘରେ ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପୂଜା ପାଇଥାନ୍ତି । ଓଡ଼ିଶା ସହ ପଶ୍ଚିମବଙ୍ଗର ନିବିଡ ସମ୍ପର୍କ ରହିଛି । ପଶ୍ଚିମବଙ୍ଗରୁ ଅଧିକାଂଶ ଭକ୍ତ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଶେଷରେ ସେ ଜୟ ଜଗନ୍ନାଥ କହି ସମସ୍ତେ ଭଲରେ ରୁହନ୍ତୁ ବୋଲି କାମନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.