ଓଡିଶାର ଆତିଥ୍ୟ ଅତି ଉଚ୍ଚକୋଟିର,ମୋତେ ବହୁତ ଖୁସି ଲାଗିଲା: ନବୀନଙ୍କୁ ଭେଟି ପ୍ରତିକ୍ରିୟା ରଖିଲେ ମମତା

ଓଡିଶାର ଆତିଥ୍ୟ ଅତି ଉଚ୍ଚକୋଟିର। ଓଡିଶାର ଅତିଥ ଚର୍ଚ୍ଚା ପାଇ ମୋତେ ବହୁତ ଖୁସି ଲାଗିଲା। ଆଜି ନବୀନଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ   

କେନ୍ୟୁଜ୍(ବ୍ୟୁରୋ):ନବୀନ ନିବାସରେ ମମତା-ନବୀନ ଭେଟଘାଟ।ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ନବୀନ ପଟ୍ଟନାୟକ ଜଣେ ବଡ଼ ନେତା । ନବୀନଙ୍କ ଅତିଥେୟତାକୁ ପ୍ରଶଂସା କରିଛନ୍ତି ମମତା ବାନାର୍ଜୀ। ଓଡ଼ିଶାରେ ଝଡ଼ ଆସିଲେ ପଶ୍ଚିମବଙ୍ଗରେ ପ୍ରଭାବ ପଡ଼େ । ପୁରୀରେ ବଙ୍ଗଳା ଭବନ ପାଇଁ ୨ ଏକର ଜମି ଦେଇଥିବାରୁ ନବୀନଙ୍କ ନିକଟରେ ମୁଁ କୃତଜ୍ଞ ବୋଲି କହିଛନ୍ତି ମମତା ।

ବଙ୍ଗଳା-ଓଡ଼ିଶା ଶିଳ୍ପ କରିଡର ହେଲେ ଉଭୟ ରାଜ୍ୟର ବିକାଶ ହେବ । ସାକ୍ଷାତ ସମୟରେ ନାଗରିକ ନିରାପତ୍ତା ଓ ଗଣତାନ୍ତ୍ରିକ ଅଧିକାର ନେଇ ଆଲୋଚନା ହୋଇଛି । ନବୀନଙ୍କୁ ପଶ୍ଚିମବଙ୍ଗ ଯିବାକୁ ନିମନ୍ତ୍ରଣ କରିଛନ୍ତି ଦିଦି । ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ମମତାଙ୍କୁ ଭେଟି ମୁଁ ବହୁତ ଖୁସି । ଆଜିର ସାକ୍ଷାତ ସୌଜନ୍ୟମୂଳକ ଥିଲା । ଦେଶରେ ସଂଘୀୟ ବ୍ୟବସ୍ଥା ସୁଦୃଢ଼ ହେବା ଦରକାର ବୋଲି କହିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.