ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମମତା ବାନାର୍ଜୀ

ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଗେଷ୍ଟ ହାଉସ ପାଇଁ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ଅତିଥି ଭବନ ଓଡ଼ିଶା ସରକାର ୫ ଏକର ଜମି ଯୋଗାଇ ଦେଇଛନ୍ତି ।

ପୁରୀ(କେନ୍ୟୁଜ୍): ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଗେଷ୍ଟ ହାଉସ ପାଇଁ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ଅତିଥି ଭବନ ଓଡ଼ିଶା ସରକାର ୫ ଏକର ଜମି ଯୋଗାଇ ଦେଇଛନ୍ତି । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମମତା ବାନାର୍ଜୀ । କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ସେ ଶ୍ରୀମନ୍ଦିର ଯିବେ ।

ଭିତରକାଠ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କୁ ଦର୍ଶନ ପରେ ବେଢ଼ା ପରିକ୍ରମା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମା ବିମଳା, ମହାଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରିବେ । ଏଥିସହ କୀର୍ତ୍ତନ ଚକଡ଼ାରେ ରହି ନୀଳଚକ୍ରରେ ଧ୍ୱଜା ପରିବର୍ତ୍ତନ ସହ ଧ୍ୱଜାବନ୍ଧାର ଅପୂର୍ବ ଦୃଶ୍ୟ ଦେଖିବେ ମମତା ବାନାର୍ଜୀ । ଶ୍ରୀମନ୍ଦିରରେ ସେ ପାଖାପାଖି ୨ ଘଣ୍ଟା ରହିବେ । ଆଜି ପୁରୀରେ ରାତ୍ରିଯାପନ କରିବେ ମମତା ବାନାର୍ଜୀ । ଆସନ୍ତାକାଲି ଭୁବନେଶ୍ୱର ଫେରିବେ । କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.