ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା, ଦୁଇ ରାଜ୍ୟ ମୁଖ୍ୟଙ୍କ ଭେଟଘାଟ ଉପରେ ନଜର

ମମତା ବାନାର୍ଜୀଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ । ଅପରାହ୍‌ଣ ୪ଟାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ । ଅପରାହ୍‌ଣ ୪ଟାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ପୁରୀରୁ ଫେରିବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ । ଦୁଇ ରାଜ୍ୟ ମୁଖ୍ୟଙ୍କ ଭେଟଘାଟକୁ ନେଇ ରାଜନୈତିକ ଉତ୍କଣ୍ଠା ବଢୁଛି ।

ମମତା କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତକାର । ହକି ବିଶ୍ୱକପ୍‌ ସମୟରେ ନବୀନ ପଟ୍ଟନାୟକଙ୍କ ତରଫରୁ ମମତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଆସି ପାରିନଥିଲେ । ତେଣୁ ଏଥର ଗସ୍ତରେ ନବୀନଙ୍କୁ ସାକ୍ଷାତ କରିବେ । ସାକ୍ଷାତ ସମୟରେ ବିଭିନ୍ନ ବିକାଶମୂଳକ କାମ ଓ ବଙ୍ଗଳା ନିବାସ ଉପରେ ଆଲୋଚନା କରିବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ-ମମତା ଭେଟଘାଟ ପୂର୍ବରୁ ଦେଶରେ ରାଜନୈତିକ ଚର୍ଚ୍ଚା ବି ଚାଲିଛି । କାରଣ ମମତା ଆଞ୍ଚଳିକ ଦଳକୁ ଏକାଠି କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ମମତା-ନବୀନ ଭେଟ ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଗତକାଲି ପୁରୀରେ ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଯାଇଥିଲେ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟ ପରେ ଆଜି ସେ ପଶ୍ଚିମବଙ୍ଗ ଫେରିଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.