ଭୁବନେଶ୍ୱରରେ ମମତା ବାନାର୍ଜୀ, ଆଜି ପୁରୀ ଯାଇ ରାତ୍ରୀ ଯାପନ କରିବେ, ଆସନ୍ତାକାଲି ଶ୍ରୀଜୀଉଙ୍କ ଦର୍ଶନ କରିବେ
ଭୁବନେଶ୍ୱରରେ ମମତା ବାନାର୍ଜୀ । ଆଜି ସେ ପୁରୀ ଯିବେ। ପୁରୀ ଯାଇ ନିର୍ମାଣ ନିବାସରେ ରାତ୍ରୀ ଯାପନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ନିଜ କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ।

ଭୁବନେଶ୍ୱର : ଭୁବନେଶ୍ୱରରେ ମମତା ବାନାର୍ଜୀ । ଆଜି ସେ ପୁରୀ ଯିବେ। ପୁରୀ ଯାଇ ନିର୍ମାଣ ନିବାସରେ ରାତ୍ରୀ ଯାପନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ନିଜ କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ।
ଏହା ସହିତ ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କ ପାଇଁ ଧୂଜା ଓ ପୂଜା କାର୍ଯ୍ୟ ସମାପନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବେ। ପରେ ବଳିଆପଣ୍ଡା ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଗେଷ୍ଟ ହାଉସ ପାଇଁ କ୍ଷେତ୍ର ପରିଦର୍ଶନ କରିବେ। ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ତାଙ୍କ ସହ ତାଙ୍କର କୌଳିକ ଗୁରୁ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ଉପସ୍ଥିତ ରହିବେ।
ପୁରୀରେ ପ୍ରସ୍ତାବିତ ଅତିଥି ଭବନ ନିର୍ମାଣ ସ୍ଥାନ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ମମତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ମୁତୟନ ଅଛନ୍ତି ।
ମମତା ବାନାର୍ଜୀଙ୍କ ରହଣି ସ୍ଥଳ ଏବଂ ଯେଉଁ ସବୁ ସ୍ଥାନକୁ ଗସ୍ତ କରିବେ ସେ ସ୍ଥାନକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ ବୋଲି ପୁରୀ ଏସପି କହିଛନ୍ତି । ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ।