ଆଜି ହାଇକୋର୍ଟରେ ମମିତା ମେହେର ମାମଲାର ଶୁଣାଣି

କଟକ(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ମମିତାଙ୍କ ପରିବାର । ଆଜି ଜଷ୍ଟିସ ବିଶ୍‌ଜିତ ମହାନ୍ତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର । ମାମଲାର ତଦନ୍ତ ଫାଷ୍ଟଟ୍ରାକ୍‌ କୋର୍ଟରେ କରିବା ନେଇ ଆବେଦନ କରିଛନ୍ତି ।

ରାଜ୍ୟ ସରକାର ଓ ପୋଲିସ ଡିଜି, ବଲାଙ୍ଗିର ଏସ୍‌ପି, ସିନ୍ଧେକେଲା ଥାନା ଅଧିକାରୀଙ୍କୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି । ଅକ୍ଟୋବର ୮ ତାରିଖରେ ମମିତା ଘରୁ ବସ ଯୋଗେ ସ୍କୁଲ ବାହାରିଥିଲେ। ଚାନ୍ଦତାରା ଛକରେ ବସରୁ ଓହ୍ଲାଇ ସ୍କୁଲର ସଭାପତି ଗୋବିନ୍ଦ ସାହୁଙ୍କ କାରରେ ଯାଇଥିଲେ। ଏହାପରେ ନିଖୋଜ ହୋଇଯାଇଥିଲେ ମମିତା। ଅକ୍ଟୋବର ୧୩ ରେ ସିନ୍ଧେକେଲା ଥାନାରେ ମମିତାଙ୍କ ପରିବାର ନିଖୋଜ ନେଇ ଅଭିଯୋଗ କରିଥିଲେ।

ଅକ୍ଟୋବର ୧୪ ରେ ଗୋବିନ୍ଦ ସାହୁକୁ ପୋଲିସ ଅଟକ ରଖିଥିବା ବେଳେ ଅକ୍ଟୋବର ୧୭ ରାତିରେ ସେ ପୋଲିସ କବଜାରୁ ଫେରାର ହୋଇଯାଇଥିଲା। ଅକ୍ଟୋବର ୧୯ରେ ଆଖୁ କିଆରୀ ଭିତରୁ ଗୋବିନ୍ଦ ସାହୁକୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡରେ ସହଯୋଗ କରିଥିବା ଗାଡି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀକୁ ମଧ୍ୟ ଗିରଫ କରିଥିଲା ପୋଲିସ। ଏହି ଘଟଣାରେ ୧୦ ଜଣ ସାକ୍ଷୀଙ୍କର ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କର ସିଆରପିସିର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଏବେ ଜେଲ୍‌ରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.