ମମିତା ମେହେର ହତ୍ୟା ଘଟଣା: ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୃତ ମମିତାଙ୍କ ପରିବାର

କଟକ(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୃତ ମମିତାଙ୍କ ପରିବାର । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର । ମାମଲାର ତଦନ୍ତ ଫାଷ୍ଟଟ୍ରାକ୍‌ କୋର୍ଟରେ କରିବା ନେଇ ଆବେଦନ କରିଛନ୍ତି ।

ରାଜ୍ୟ ସରକାର ଓ ପୋଲିସ ଡିଜି, ବଲାଙ୍ଗିର ଏସ୍‌ପି, ସିନ୍ଧେକେଲା ଥାନା ଅଧିକାରୀଙ୍କୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି । ଏହା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଏବେ ଜେଲ୍‌ରେ ଅଛନ୍ତି ।

ସୂଚନା ଥାଉକି, ଗତ କିଛି ଦିନ ତଳେ ଜଣାପଡିଥିଲା କି, ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ରାୟପୁର ଯାଇନଥିଲେ । ଆଉ ଏହି ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କ ଛଡ଼ା କାହାର ସମ୍ପୃକ୍ତି ନାହିଁ ବୋଲି । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଥିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ‘ପୋଲିସ ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରୁଛି । ‘୧୦ ଜଣ ସାକ୍ଷୀଙ୍କର ୧୬୧ ବୟାନ ରେକର୍ଡ କରାଯାଇଛି । ‘ବୈଷୟିକ ଟିମ୍‌ ଜରିଆରେ ତଦନ୍ତ କରାଯାଇଛି । ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଦୋଷୀଙ୍କୁ ଦଣ୍ଡ ଦିଆଯିବ । ଏପଟେ କୋର୍ଟକୁ ବିଳମ୍ବରେ ମାମଲା ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ବୋଲି ଡିଆଇଜି ସ୍ପଷ୍ଟ କରିଥିଲେ ।

୧୩ ତାରିଖରେ ଥାନାରେ ମାମଲା ରୁଜୁ ସହ କୋର୍ଟକୁ ମାମଲା ଯାଇଥିଲା । ୨୪ ଘଣ୍ଟାରେ ସିସିଟିଏନ୍‌ଏସ୍‌ରେ ଅପଲୋଡ କରାଯାଇଥିଲା। ୧୬ ତାରିଖରେ ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ପୂଜା ଛୁଟି ପାଇଁ କୋର୍ଟରେ ମାମଲା ଦାଖଲରେ ବିଳମ୍ବ ହୋଇଥିଲା ବୋଲି ଡିଆଇଜି ସୂଚନା ଦେଇ କହିଥିଲେ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଏବେ ଜେଲରେ ଥିବାବେଳେ ବର୍ତ୍ତମାନ  ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.