ମମିତା ମେହେର ହତ୍ୟା ମାମଲା, ଆଜି ହାଇକୋର୍ଟରେ ଶୁଣାଣି

କଟକ(କେନ୍ଯୁଜ୍):ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଫାଷ୍ଟ ଟ୍ରାକ କୋର୍ଟରେ ମାମଲାର ଶୁଣାଣି ପାଇଁ ହୋଇଥିବା ଆବେଦନର ଆଜି ହାଇକୋର୍ଟରେ ଶୁଣାଣି । ଅପଟୁଡେଟ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତ ୧୮ ତାରିଖରେ ଏହି ମାମଲାର ଶୁଣାଣି କରିଥିଲେ ହାଇକୋର୍ଟ ।

ଅନ୍ୟପଟେ ମମିତା ମେହେର ହତ୍ୟା ମାମଲାର ତଦାରଖ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଚିଠି କରାଯାଇ ଥିବା ବେଳେ ହାଇକୋର୍ଟ ଅବସରପ୍ରାପ୍ତ ଜିଲା ଜଜ ଏ ବି ଏସ ନାଇଡୁଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ମମିତାଙ୍କ ବାପା ସୁଚନ୍ଦ୍ର ଓ ଭାଇ ବଣ୍ଟି ମେହେର ଘଟଣାର ନିରପେକ୍ଷ ତଦନ୍ତ ଓ ମାମଲାର ଫାଷ୍ଟ ଟ୍ରାକ କୋର୍ଟର ବିଚାର କରିବା ନେଇ ଆବେଦନ କରିଛନ୍ତି । ଘଟଣାରେ ୧୦ ଜଣ ସାକ୍ଷୀଙ୍କର ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ ୧୦୦ରୁ ଅଧିକ ବ୍ୟକ୍ତିଙ୍କ ସିଆରପିସିର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି ।

Leave A Reply

Your email address will not be published.