କ୍ୟାମେରାମ୍ୟାନ ହୋଇ ବର ପକ୍ଷରୁ ବାହାଘରକୁ ଆସିଲେ, କନ୍ୟା ଘରୁ ବାଇକ ଚୋରି କରି ନେଇଗଲେ

ଉଦଳା : ଲୁଟର ନୂଆ ଫଣ୍ଡା ସିସିଟିଭିରେ ହେଲା ଲାଇଭ ଭିଜୁଆଲ । କ୍ୟାମେରା ମ୍ୟାନ ହୋଇ ବର ପକ୍ଷରୁ ଆସିଲେ ଆଉ ବରଯାତ୍ରୀ ପହଁଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନ୍ୟାର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି । ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପୋଲିସ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୈରାଟପୁର ଗାଁରୁ ଆସିଛି ଏହି ଅଭିଯୋଗ ।
ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ। କନ୍ୟାର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ପାଇଁ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କର ବାଇକ ପାଇ ନ ଥିଲେ । ଅନେକ ଖୋଜାଖୋଜି ପରେ ମଧ୍ୟ ବାଇକ ନ ପାଇବାରୁ ଶେଷରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ସେଥିରେ ସେ ବରପକ୍ଷ କ୍ୟାମେରା ମ୍ୟାନ ପିଲାଙ୍କ ମଧ୍ୟରୁ ଜଣେ ଯୁବକ ବାଇକ ଲକ ଭାଙ୍ଗି ବାଇକ ଲୁଟି ନେଇଯାଇଥିବା ଦେଖିବାକୁ ପାଇଥିଲେ । ବାହାଘର ସରିବା ପରେ କ୍ୟାମେରାମ୍ୟାନ ଭାବେ ଆସିଥିବା ଅନ୍ୟ ଯୁବକଙ୍କୁ ଅଟକାଇ ରଖିବା ସହ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଆହୁରି ପଢନ୍ତୁ : ଆଜିଠୁ ରିମାଣ୍ଡରେ ଆସିବ ସ୍ପାଇଡର ସତୀଶ, ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାର ପର୍ଦ୍ଦାଫାସ କରିବ ପୋଲିସ