ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ, ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ କଲେ ଆତ୍ମହତ୍ୟା

ଜଳେଶ୍ବର(କେନ୍ଯୁଜ୍): ଅନ୍‌ଲାଇନ ଜୁଆ ନେଲା ଯୁବକଙ୍କ ଜୀବନ । ଅନଲାଇନରେ ଟ୍ରେଡିଂ ଓ ଗ୍ୟାମ୍ବଲିଂ ଖେଳି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆମ୍ବିଳିଅଠା ଗାଁର ୨୭ବର୍ଷୀୟ ସୌମିତ୍ର ନନ୍ଦୀ । ରାଉରକେଲା ଏନଆଇଟିରୁ ପାସ କରି ଇନ୍‌ଫୋସିସରେ ଚାକିରି କରୁଥିଲେ ସୌମିତ୍ର ।

କୋଭିଡ ପାଇଁ ୨୦୨୦ରୁ ଘରେ ରହି କାମ କରୁଥିଲେ । ସୌମିତ୍ରଙ୍କ ଜଣେ ସାଙ୍ଗ ତାଙ୍କ ନାଁରେ ଟଙ୍କା ଧାର କରି ଶୁଝୁ ନଥିବା ନେଇ ଗତ ୧୧ ତାରିଖରେ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଏନେଇ ଜଳେଶ୍ୱର ପୋଲିସ ସୌମିତ୍ରଙ୍କୁ ଡାକି ପଚାରିବା ପରେ ସେ ଅନଲାଇନ ଜୁଆ ଖେଳି ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଋଣରେ ବୁଡି ରହିଥିବା ଜଣାପଡିଥିଲା । ସୌମିତ୍ରଙ୍କ ଲାପଟପ୍‌ ଓ ମୋବାଇଲ ମଧ୍ୟ ଜବତ କରିଥିଲା ପୋଲିସ । ପରେ ମାନସିକ ଚାପରେ ଥିବା ସୌମିତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ମଧ୍ୟ ଏପରି ଏକ ଘଟଣାରେ ସୌମିତ୍ରଙ୍କ ବାପା ୨୦ ଲକ୍ଷ ଟଙ୍କା ଶୁଝିଥିବା ଜଣାପଡ଼ିଛି । ଅନ୍ୟପଟେ ନିଜ ପୁଅର ଅସ୍ୱାଭାବିକ ମୃତ୍ୟୁ ପାଇଁ ବାପା ଓ ମା ତାଙ୍କ ପୁଅକୁ ଉଧାର ଦେଇ ବ୍ଲାକମେଲ କରୁଥିବା ତାଙ୍କ ସାଙ୍ଗସାଥୀ ଓ ପୁଲିସକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.