କୋରାପୁଟ: ପାରିବାରିକ କଳହରୁ ପୁଣି ଗଡିଲା ମୁଣ୍ଡ, ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ

କୋରାପୁଟ(କେନ୍ୟୁଜ): କୋରାପୁଟ ପାରିବାରିକ କଳହରୁ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ। ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ୱାମୀ । କୋରାପୁଟ ସହରର ତ୍ରୀନାଥ ମନ୍ଦିର ସାହି କାଠ ମିଲ୍‌ ନିକଟରେ ହତ୍ୟାକାଣ୍ଡ ଘଟିଛି। ହତ୍ୟା ଘଟଣାରେ ସ୍ୱାମୀ ଜାମା ମାଝୀକୁ ପୋଲିସ ଗିରଫ କରିଛି।

ଜାମା ମାଝୀ ଓ ମୃତ ସୁନିତା ମାଝୀଙ୍କ ଘର ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ। ସହରର ଏକ ହୋଟେଲରେ ଉଭୟ କାମ କରୁଥିଲା ବେଳେ ଭଡା ଘରେ ରହୁଥିଲେ। ଗତ ରାତିରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ପରେ ଉତ୍ତ୍ୟକ୍ତ ଜାମା ମାଝୀ ସ୍ତ୍ରୀ ସୁନିତା ମାଝୀଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କୋରାପୁଟ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.