ଛି..କି ଲଜ୍ଜାଜନକ ଘଟଣା: ସ୍ତ୍ରୀକୁ ମାଡ଼ ମାରିବା ସହ ୨ ବର୍ଷର ଝିଅ ପ୍ରତି ବାପାର ପାଶବିକ ନିର୍ଯାତନା

ପୁରୀ(କେନ୍ଯୁଜ୍): ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଗୋଟିଏ ଦିନ ନପୁରୁଣୁ ପୁରୀ ଟାଉନ ଥାନା ଅଞ୍ଚଳରେ ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଟାଉନ ଥାନା ଗୌଡ଼ବାଡ଼ ସାହିରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ନିଜ ୨ ବର୍ଷର ଝିଅ ପ୍ରତି ବାପାର ପାଶବିକ ନିର୍ଯାତନା। ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମା।

ବାରମ୍ବାର ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାଡ଼ ମାରିବା ସହ ଏଭଳିକି ନିରୀହ,ନିଷ୍ପାପ ନିଜ ୨ ବର୍ଷର ଝିଅ ପ୍ରତି ଖରାପ ବ୍ୟବହାର କରିବାକୁ ପଛାଉନାହିଁ ଏହି ପିଶାଚ ବାପା। ଅଭିଯୁକ୍ତ ହେଉଛି ରାଜକୁମାର କର୍ମକାର। ସେ ଗୌଡ଼ବାଡ଼ ସାହିରେ ଘରେ ଭଡାରେ ରହୁଥିଲା। ପୂର୍ବରୁ ନିଜ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ରାଜକୁମାର ଜେଲ ଯାଇ ଜାମିନରେ ଆସିଥିଲା। ଅଭିଯୋଗ ପରେ ଟାଉନ ଥାନା ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।