ସୀମା ଟପିଲା ପାଶବିକତା: ଯୌନ ଲାଳସା ପୂରଣ କରିବା ପାଇଁ ଗାଈକୁ ଦୁଷ୍କର୍ମ କଲା ଯୁବକ

କୁଚିଣ୍ଡା:  ଘୃଣ୍ୟ, ବର୍ବର… ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି  ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ । କୁଚିଣ୍ଡା ଏଚପି ପେଟ୍ରୋଲ ପମ୍ପରେ ଗତ ବୁଧବାର ମଧ୍ୟ ରାତିରେ ଦେଖିବାକୁ ମିଳିଛି ଏମିତି ଏକ ଲଜ୍ଜାଜନକ ଘଟଣା ଯାହାକୁ କେହି କେବେ କଳ୍ପନାବି କରିବ ନାହିଁ ।  ଜଣେ ଅସାମାଜିକ ଯୁବକ ଏକାଧିକ ଗାଈଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ ଘଟଣା ଟି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମରାରେ ସମ୍ପୂର୍ଣ୍ଣ ଭାବେ କଏଦ ହୋଇଥିବା ବେଳେ ଭିଡିଓଟି ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।

ଅନ୍ୟପଟେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବି ନେଇ ଶନିବାର ସନ୍ଧ୍ୟା ସମୟରେ ଆରଏସଏସ, ଭିଏଚପି, ବଜରଙ୍ଗ ଦଳ, ଦେବସେନା, ରୁଦ୍ରସେନା ଓ କୁଚିଣ୍ଡା ଗୋଶାଳାର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ କୁଚିଣ୍ଡା ଥାନାରେ ଦାବି କରାଯାଇଛି। ତେବେ ନିଜ ଦେହର କାମନା ହାସଲ କରିବା ପାଇଁ ମଣିଷ ଯେ ଏତେ ତଳକୁ ଖସି ଯାଇପାରିବ ତାହା ଶୁଣିଲେ ବିଶ୍ୱାସ ହେଉନି। କାମାନ୍ଧ ମଣିଷ ଯେ ପଶୁକୁ ଦୁଷ୍କର୍ମ କରିପାରିବ ତାହା ସହଜରେ ବିଶ୍ୱାସ କରିହେଉନି ।