ଗୁଣୁପୁର: ପୋଡି ହୋଇ ମହିଳା ସମେତ ପୁରୁଷ ଗୁରୁତର, ପରକୀୟା ପ୍ରୀତିକୁ ନେଇ ଉଭୟ ପେଟ୍ରୋଲ ଢାଳି ଜଳିବାକୁ କରିଥିଲେ ଉଦ୍ୟମ
ଗଜପତି: ପୋଡି ହୋଇ ମହିଳା ସମେତ ପୁରୁଷ ଗୁରୁତର। ଉଭୟ ଉଭୟଙ୍କୁ ପେଟ୍ରୋଲ ଢାଳି ଜଳିବାକୁ ଉଦ୍ୟମ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଣୁପୁର ସହର ଏସ୍ପି ଗୁଡାଠାରେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡୁିସ୍ଥିତ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପରକୀୟା ପ୍ରୀତିରୁ ଏଭଳି ଘଟଣା ହୋଇଥିବା ସୂଚନା ମିଳିଛି।