କାଠଯୋଡ଼ିରୁ ନଣନ୍ଦେଇ ଓ ଶଳା ଭାଉଜ ଉଦ୍ଧାର, ଉଭୟ ନିଜେ ଆସି ଥାନାରେ ପହଞ୍ଚିଥିବା ସୂଚନା

କଟକ : କଟକରେ କାଠଯୋଡ଼ିରେ ନିଖୋଜ ନଣନ୍ଦେଇ ଓ ଶଳା ଭାଉଜ ଉଦ୍ଧାର ।  ଉଭୟ ନିଜେ ଆସି ପୁରୀଘାଟ ଥାନାରେ ପହଞ୍ଚିଥିବା ସୂଚନା ମିଳିଛି । ସେଠାରେ ପୋଲିସ ପଚରାଉଚରା କରୁଛି । ଦୁଇ ଜଣକୁ ମେଡିକାଲ ଟେଷ୍ଟ ପାଇଁ ହେପାଜତକୁ ନେଲା ପୋଲିସ୍ ।

ସୂଚନା ଅନୁସାରେ ଗତକାଲି ରାତି ୮ ବେଳେ ନେତାଜୀ ସେତୁ ଉପରୁ କାଠଯୋଡ଼ିକୁ ଡେଇଁ ବାଙ୍କୀ ବାଁଆରା ଅଞ୍ଚଳର ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପତ୍ନୀ ବର୍ଷା ଲେଙ୍କା ଓ କଟକ ସେମିନାରୀ ଛକରେ ରହୁଥିବା କୃଷ୍ଣ ମୁଦୁଲି ନିଖୋଜ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ନେତାଜୀ ସେତୁ ନିକଟରେ ନଣନ୍ଦ ଝିଲି ମୁଦୁଲି ପହଁଚି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଲୋକେ ଅଟକାଯାଇଥିଲା ।  ବର୍ଷା ଲେଙ୍କାଙ୍କର ଗତ କିଛି ଦିନ ସ୍ୱାମୀଙ୍କ ସହିତ ଝଗଡା ପରେ ନଣନ୍ଦଙ୍କ ଘରେ ଆସି ରହୁଥିଲେ  ।

ଗତ କିଛି ଦିନ ମଧ୍ୟରେ କାଠଯୋଡ଼ିକୁ ୫ ଜଣ ଡେଇଁଥିବା ବେଳେ ସେମାନଙ୍କର ପତ୍ତା ମିଳି ପାରି ନାହିଁ । ଜୁଲାଇ ୩୦ ତାରିଖରେ ଓଡ଼ିଆ ବଜାର ଅଞ୍ଚଳର ସ୍କୁଲ ଶିକ୍ଷୟିତ୍ରୀ ମମତା ସାହୁ ନେତାଜୀ ସେତୁରେ ସ୍କୁଟି ରଖି କାଠଯୋଡ଼ିକୁ ଡେଇଁ ନିଖୋଜ ଅଛନ୍ତି ।  ଜୁଲାଇ ୩୧ ରେ ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ ସେହି ବ୍ରିଜରୁ ଡେଇଁ ନିଖୋଜ ଅଛନ୍ତି । ଅଗଷ୍ଟ ୨ ତାରିଖରେ ଜାତୀୟ ରାଜପଥ କାଠଯୋଡ଼ି ପୋଲ ଉପରୁ ଖାନ ନଗରର ମନୋଜ ବେହେରା ନଦୀକୁ ଡେଇଁ ନିଖୋଜ ଅଛନ୍ତି ।  ଅନ୍ୟପଟରେ ମହାନଦୀକୁ ଡେଇଁଥିବା ଅରିଲୋର କାମିନୀ ସ୍ବାଇଁଙ୍କର ମୃତଦେହ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like