ସୁନା ଦୋକାନରୁ ଲୁଟ୍ ଉଦ୍ୟମ, କାବୁ କରି ପୋଲିସର ଜିମା ଦେଲେ ଲୋକ

ଆଳି : ସୁନା ଦୋକାନରୁ ଲୁଟ୍ ଉଦ୍ୟମ । ଲୁଟେରାକୁ କାବୁ କରି ପୋଲିସର ଜିମା ଦେଲେ ଲୋକ । ଦୁଇ ବନ୍ଧୁକ ଓ ମାରଣାସ୍ତ୍ର ଜବତ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସିଙ୍ଗିରି ବଜାର ସ୍ଥିତ ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରିଥିଲେ ଲୁଟେରା ଗ୍ୟାଙ୍ଗ । ଦୋକାନ ପଛପଟ କାନ୍ଥ ଖୋଳି ଯାଉଥିବାବେଳେ କିଛି ଯୁବକ ଦେଖିବାକୁ ପାଇଥିଲେ । ଯୁବକଙ୍କୁ ଦେଖି ଦୌଡି ପଳାଇଥିଲେ ଲୁଟେରା  । ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଯୁବକ । ପରେ ଲୁଟେରାକୁ ପୋଲିସର ଜିମା ଦେଇଥିଲେ । ପୋଲିସ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।