ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ 

ଚାନ୍ଦବାଲି : ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ  । ଭଦ୍ରକ ଜିଲ୍ଲା ଧାମରା ଥାନା ଅଞ୍ଚଳରେ ଅବଦୁଲ ଅହମଦ ଖାନ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧାମରା ପୋଲିସ । ଦୁଷ୍କର୍ମ ଉଦ୍ୟମ ନେଇ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ସ୍ୱାମୀ ଜଣେ ଦିବ୍ୟାଙ୍ଗ । ଆଜି ସକାଳେ ଅବଦୁଲ ମହିଳାଙ୍କ ଘରକୁ ଆସି ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ପୋଲିସ ଅବଦୁଲକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ କରୁଛି ।