ଯୁବତୀଙ୍କୁ ବ୍ଲାକ ମେଲ କରି ୧୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର : ଜଣେ ଯୁବତୀଙ୍କୁ ବ୍ଲାକ ମେଲ କରି ୧୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗରେ ଭୁବନେଶ୍ୱର ସାଇବର ଥାନା ପୋଲିସ ସୁମିତ ଦାସ ନାମକ ଯୁବକ ଗିରଫ କରିଛି । ସୁମିତଙ୍କ ସହ ଯୁବତୀଙ୍କ ସମ୍ପର୍କ ଚାରି ବର୍ଷ ଧରି ଥିଲା ।  ସେ ସମୟରେ ସୁମିତ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣିବା ସହ ନିର୍ଯାତନା ଦେଉଥିଲେ । ପରେ ଯୁବତୀ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସୁମିତ ତାଙ୍କ ନାଁ ରେ ସୋସିଆଲ ମିଡିଆରେ ଫେକ ଆକାଉଣ୍ଟ କରି ଅଶ୍ଳୀଳ ଏଡିଟେଡ ଫଟୋ ଅପଲୋଡ଼ କରିଥିଲେ । ସୁମିତଙ୍କୁ ଗିରଫ କରାଯାଇଥିବା ଭୁବନେଶ୍ବର ଡିସିପି ଜଗ ମୋହନ ମିନା କହିଛନ୍ତି ।