ଯାଜପୁର : ପୋଲିସ କବାଜରେ ରସିକିଆ ପ୍ରେମିକ । ଗୋଟିଏ ନୁହେଁ କି ଦୁଇଟା ନୁହେଁ ଏକାଥରକେ ୫ ଜଣ ମହିଳାଙ୍କୁ କରିଥିଲେ ବିବାହ । ତା ଛଡ଼ା ବିବାହ ପାଇଁ ୪୯ ଜଣ ଥିଲେ ଲାଇନରେ । ସେମାନଙ୍କୁ ମଧ୍ୟ ବିବାହ ପାଇଁ କଥା ଦେଇଥିଲେ । ହେଲେ ଏହି ୪୯ ଜଣଙ୍କ ସହ କରୁଥିଲେ ଅନଲାଇନ ପ୍ରେମ ।
ଯେଉଁମାନଙ୍କୁ ବିବାହ କରିସାରିଥିଲା, ସେମାନଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ନେଇ ଛୁ ମାରୁଥିଲା । ବିଶେଷକରି ଏହି ରୋମିଓ ଜଣକ ଧନୀ ଘରର ବିଧବା ଓ ଛାଡପତ୍ର ପାଇଥିବା ମ ହିଳାଙ୍କୁ ଟାର୍ଗେଟ କରୁଥିଲା । ସେମାନଙ୍କୁ ବିବାହ କରିବା ପରେ ସେମାନଙ୍କ ନାମରେ ବଡ଼ ଲୋନ କରି ଟଙ୍କା ଧରି ଅଦୃଶ୍ୟ ହୋଇଯାଉଥିଲା । ବିଭିନ୍ନ ଅନଲାଇନ ବିବାହ ସାଇଟରେ ନିଜର ପ୍ରୋଫାଇଲ ଖୋଲି ନିଜକୁ ଜଣେ ହାଇ କ୍ୱାଲିଫାଏଡ ଓ ବଡ଼ ଚାକିରି ଥିବା ଦର୍ଶାଉଥିଲା ।
ସେମାନଙ୍କ ସହ ଘନିଷ୍ଠ ହେବା ପରେ ମିଛ ପ୍ରତିଶ୍ରୁତି ଦେଇ ବିବାହ କରୁଥିଲା । ଏମିତିରେ ସେ ମୁମ୍ବାଇ, କୋଲକାତା, ଭୁବନେଶ୍ୱର, ହାଇଦ୍ରାବାଦ ଓ ଦିଲ୍ଲୀ ଏକାଧିକ ସହରରୁ ପ୍ରାୟ ୫ ଜଣ ମହିଳାଙ୍କୁ ଗୁଇନ୍ଦା ବିଭାଗର ବଡ଼ ଅଫିସର କହି ବିବାହ କରି ଥିଲା । ଶେଷରେ ଟଙ୍କା ପଇସା ଧରି ଦୁବାଇ ଚାଲିଯାଇଥିଲା । ତାକୁ ଧରିବା ପାଇଁ ଜଣେ ମହିଳା ପୋଲିସ ପ୍ରେମିକ ହୋଇ ଜାଲ ବିଛାଇ ଥିଲେ । ମହ ିଳା ପୋଲିସଙ୍କୁ ବିବାହ କର ିବା ପାଇଁ ସେ ଦୁବାଇରୁ ଭୁବନେଶ୍ୱର ଆସିଥିଲା । ଉକ୍ତ ମହ ିଳା ପୋଲିସଙ୍କ ସହ ଲଙ୍ଗ ଡ୍ରାଇଭରେ ଯିବା ବେଳେ ତାକୁ କ୍ୟାପିଟାଲ ଥାନା ପୋଲିସ ମାଡ଼ି ବସିଥିଲା ।
ଏଥି ସହ ତା ନିକଟରୁ ୨.୧୦ ଲକ୍ଷ ଟଙ୍କା ଓ ୩ଟି ବ୍ୟାଙ୍କ ଆକାଉଣ୍ଟ ସହ ତା ମାଲିକାନାରେ ଥିବା ୩ଟି କାର ଓ ଗୋଟେ ବୁଲେଟକୁ ପୋଲିସ ଜବତ କରିଛି ବୋଲି । ଅଭିଯୁକ୍ତ ଯୁବକ ହେଲା ସତ୍ୟଜିତ ସାମଲ । ଘର ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଂଚଳରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସଂଜୀବ ପଣ୍ଡା ପ୍ରକାଶ କର ିଛନ୍ତି ।