ରାଗ ଏମିତି ହେଲା ଯେ ନିରୀହ କୁକୁରକୁ ହତ୍ୟା କଲେ, ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ୍‌

ପଟ୍ଟାମୁଣ୍ଡାଇ (କେ ନ୍ୟୁଜ୍‌) : ପଶୁ ଠାରୁ ବି ହୀନ ହୋଇଗଲା ମଣିଷ । ରଚିଲା ଏକ କଳଙ୍କିତ ଅଧ୍ୟାୟ । ଘର ଆଗରେ ଶୋଇଥିବା ଏକ ନିରୀହ କୁକୁରକୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପ୍ରହରାଜପୁର ଗାଁରେ ।

ସେହି ଗାଁର ବାବୁଲା ସିଂହ ନାମକ ଜଣେ ବ୍ୟକ୍ତି ଘଟାଇଛନ୍ତି ଏଭଳି ଲୋମହର୍ଷଣକାରୀ ଘଟଣା । ଅଭିଯୋଗ ହେଉଛି କୁକୁରଟି କାଳେ ବାବୁଲାଙ୍କ କୁକୁଡା ଓ ଗାଈକୁ କାମୁଡି ଦେଇଥିଲା । ତେଣୁ ରାଗ ରଖି ସେ କୁକୁରଟିକୁ ମାରି ଦେଲେ । ଏପଟେ ଏହି ହତ୍ଯାକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

DOG MURDER-2

ଏହି ଘଟଣା ସାମ୍ନାକୁ ଆସିବା ପରେ କିଛି ଲୋକଙ୍କୁ ଏହା ବେଶ କଷ୍ଟ ଦେଇଥିଲା । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ୱାର୍ଡ ନଂ ୧୧ ବାସିନ୍ଦା ଏମ.ଡି ପପୁ ଅଭିଯୁକ୍ତ ବାବୁଲାଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ପଟ୍ଟାମୁଣ୍ଡାଇ ପୋଲିସ ବାବୁଲା ସିଂହଙ୍କୁ ଗିରଫ କରିଛି । ଏହା ସହିତ ୩୧୩/୨୧ରେ ମାମଲା ରୁଜୁ କରି ଦଫା ୪୨୮, ୪୨୯, ୫୦୬ ଆଇ.ପି.ସି/୧୧ (୧), (ଏଲ) ପ୍ରୋଟେକ୍ସନ ଅଫ ଆନିମଲ କ୍ରୁଏଲିଟି ଆକ୍ଟରେ କୋର୍ଟ ଚାଲାଣ କରିଛି ।

 

Leave A Reply

Your email address will not be published.