ସାତବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ପିପିଲି : ସାତବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଗିରଫ। ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ କାହାରିକୁ ନକହିବାକୁ ଧମକାଇଥିଲା ଅଭିଯୁକ୍ତ। ତେବେ ନାବାଳିକା ଜଣକ ଏସଂପର୍କରେ ତାଙ୍କ ମାଆଙ୍କୁ କହିବା ପରେ ନାବାଳିକାଙ୍କ ମାଆ ପିପିଲି ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ତାଙ୍କ ଗାଁରୁ ଗିରଫ କରିଛି ପିପିଲି ଥାନା ପୋଲିସ। ଅଭିଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ।