ଭୁବନେଶ୍ୱର : ଜଣେ 420 ଧରା ପଡିଛି ମୈତ୍ରୀ ବିହାର ଥାନା ପୋଲିସ ହାତରେ l ଅଭିଯୋଗକାରୀ ଏବଂ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଆର୍ତ୍ତ ବନ୍ଧୁ ଜେନା ନାମକ ଜଣେ ବ୍ୟକ୍ତି ମୈତ୍ରୀ ବିହାର ଅଂଚଳରେ ଥିବା ସାଇ ଦରବାର ନାମକ ଏକ ବିଲଡର ସଂସ୍ଥାରେ କାମ କରିଆସୁଥିଲା l କିନ୍ତୁ ସେହି ସଂସ୍ଥାର ଯାହା ଟଙ୍କା ଗ୍ରାହକମାନେ ଜମି ନେବା ପାଇଁ ଦିଅନ୍ତି ସବୁ ଟଙ୍କାକୁ ଆର୍ତ୍ତ ବନ୍ଧୁ ଜେନା ନିଜ ହଡପ କରୁଥିଲା ବୋଲି ଅଭିଯୋଗ ହୋଇଛି l
ନିଜ ପାଇଁ ବିଭିନ୍ନ ପ୍ରକାର ଦାମୀ ଗାଡି କିଣିବା ସହିତ ସ୍ତ୍ରୀ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ନାମରେ ଜମି କିଣିବା ଭଳି ଅଭିଯୋଗ ହୋଇଛି l ଗ୍ରାହାକଙ୍କ ଟଙ୍କାରେ ବିଳାସମୟ ଜୀବନ ଯାପନ କରିବା ଥିଲା ଆର୍ତ୍ତ ବନ୍ଧୁ ଜେନାର ସଉକ l କମ୍ପାନୀ ଯେତେବେଳେ ଏବାବଦରେ ଜାଣିଲା କି ଆର୍ତ୍ତ ବନ୍ଧୁ ପାଞ୍ଚ କୋଟି ୩୫ ଲକ୍ଷ ଟଙ୍କା ହଡ଼ପ କରି ଏହି ଭଳି କମ୍ପାନୀକୁ ଠକିଛି l ସାଇ ଦରବାରର ମାଲିକ ଏହାକୁ ନେଇ ଆର୍ତ୍ତବନ୍ଧୁ ନାମରେ ଅଭିଯୋଗ ଆଣିଥିଲେ ମୈତ୍ରୀ ବିହାର ଥାନାରେ l
ମୈତ୍ରୀ ବିହାର ଥାନା ଅଧିକାରୀ ଏକଥାକୁ ଗୁରୁତ୍ୱ ଦେଇ ନଥିଲେ l ତେଣୁ ଅଭିଯୋଗକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ l ଯାହା ଫଳରେ ଉଚ୍ଚତମ ନ୍ୟାୟାଳୟ ଆର୍ତ୍ତ ବନ୍ଧୁ ଓ ତାଙ୍କ ପତ୍ନୀଙ୍କୁ ଗିରଫ ପାଇଁ ନିର୍ଦେଶ ଦେଇଥିଲେ l ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଆଜି ଆର୍ତ୍ତ ବନ୍ଧୁକୁ ପୋଲିସ ଗିରଫ କରି ଜେଲ ପଠାଇ ଥିବା ବେଳେ ସ୍ତ୍ରୀ ଫେରାର ଥିବା ଜଣାଯାଇଛି l