ଆଳୁ ଚୋର ଗିରଫ,ଆଳୁ ଗୋଦାମରେ ମାଡମାରି ଲହୁ-ଲୁହାଣ କଲେ

ସମ୍ବଲପୁର : ଆଳୁ ଚୋର ଗିରଫ । ସମ୍ବଲପୁରର କ୍ଷେତରାଜପୁର ଆଳୁ ଗୋଦାମରୁ ଜଣେ ଯୁବକ ଆଳୁ ବସ୍ତା ଚୋରି କରି ଲୋକଙ୍କ ହାତରେ ଧରାପଡ଼ିଛି । ଗତକାଲି ରାତିରେ ଯୁବକ ଜଣକ କ୍ଷେତରାଜପୁର ଅଞ୍ଚଳରେ ଥିବା ଏକ ଆଳୁ ଗୋଦାମକୁ ପଶି ଆଳୁ ବସ୍ତା ଚୋରି କରି ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ।

ଲୋକେ ତାକୁ କାବୁ କରି ଉତ୍ତମ ମଧ୍ୟମ ଦେଇ କ୍ଷେତରାଜପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା । ଏହାପରେ ଯୁବକକୁ ଗିରଫ କରିଛି ପୋଲିସ ।

ଦୁଇ ପଇସା ଅଧିକ ପାଇବା ଆଶାରେ ଯୁବକ ଜଣକ ଏହାକୁ ବିକ୍ରି କରିଥାନ୍ତେ ବୋଲି ଜଣାପଡିଛି l କାହିଁକି ନା ଏବେ ଆଳୁ ଦର ବେଶ ବଢିଛି l ଏବେ ଆଳୁ ଦର ଢେର ଅଧିକ ଥିବାରୁ ଦୁଇ ପଇସା ଅଧିକ ପାଇବା ଆଶାରେ ଯୁବକ ଜଣକ ଏହାକୁ ଚୋରି କରିବା ପରେ ବିକ୍ରି କରିଥାନ୍ତା ବୋଲି ଜଣାପଡିଛି l

You might also like